Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ବଞ୍ଚାଇଲା ବାୟୁସେନା

ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ବଞ୍ଚାଇଲା ବାୟୁସେନା

ONA Khabar 3 weeks ago

ତ୍ତରପ୍ରଦେଶ:ବାୟୁସେନାର ଦୁଃସାହସିକ ରେସକ୍ୟୁ । ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ବଞ୍ଚାଇଲା ବାୟୁସେନା । ପାଣି ଟାଙ୍କି ଉପରେ ଫସିଥିବା ଦୁଇଜଣ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ବାୟୁସେନାର ଏମଆଇ-୧୭ ଭି୫ ହେଲିକପ୍ଟର । କେବଳ ଦେଶର ଆକାଶମାର୍ଗକୁ ସୁରକ୍ଷା ଦିଏନାହିଁ, ବରଂ ବିପତ୍ତି ସମୟରେ ସାଧାରଣ ଜନତାଙ୍କ ପାଇଁ ଦେବଦୂତ ସାଜିଥାଏ ଭାରତୀୟ ବାୟୁସେନା ।

ଯାହା ଏବେ ପ୍ରମାଣିତ ହୋଇଛି । ସୂଚନାନୁଯାୟୀ, ନିକଟରେ ଗୋରଖପୁରର ସିଦ୍ଧାର୍ଥ ନଗରରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଦୁଇଜଣଙ୍କୁ ଖେଳୁ ଖେଳୁ ଏକ ବିଶାଳ ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ଟାଙ୍କିର ସିଡ଼ିଟି ଭାଙ୍ଗି ଯାଇଥିବାରୁ ସେମାନେ ତଳକୁ ଓହ୍ଲାଇ ପାରିନଥିଲେ । ରାତିର ଅନ୍ଧାର ବଢ଼ିବା ସହ ଶିଶୁ ଦୁଇଟିଙ୍କ ଜୀବନ ପ୍ରତି ବିପଦ ମଧ୍ୟ ବଢ଼ିବାରେ ଲାଗିଥିଲା । ସ୍ଥାନୀୟ ପ୍ରଶାସନ ସମସ୍ତ ଚେଷ୍ଟା କରି ବିଫଳ ହେବା ପରେ ଉତ୍ତରପ୍ରଦେଶ ସରକାର ବାୟୁସେନାର ସହାୟତା ଲୋଡ଼ିଥିଲେ । ଖବର ପାଇ ଏମଆଇ-୧୭ ଭି୫ ହେଲିକପ୍ଟରକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ଅନ୍ଧାର ଏବଂ ସୀମିତ ସ୍ଥାନରେ ହେଲିକପ୍ଟରକୁ ନିୟନ୍ତ୍ରଣ କରି ପିଲାଙ୍କୁ ଉଦ୍ଧାର କରିବା ଏକ ବଡ଼ ଆହ୍ୱାନ ଥିଲା ।ତଥାପି, ବାୟୁସେନାର ଦକ୍ଷ ପାଇଲଟ୍ ଏବଂ କ୍ରୁ ସଦସ୍ୟମାନେ ଅତ୍ୟନ୍ତ ସାହସିକତାର ସହ ମିଶନଟିକୁ ପରିଚାଳନା କରି ଦୁଇ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।ଏମଆଇ-୧୭ ଭି୫ ହେଲିକପ୍ଟରର ବ୍ୟବହାର କରି ପିଲାମାନଙ୍କୁ କୌଣସି ଆଘାତ ଲାଗିନଥିଲା । ବିପଦ ସଙ୍କେତ ମିଳିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବାୟୁସେନା କାର୍ଯ୍ୟକ୍ଷମ ହୋଇଥିଲା। ଏହି ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ସାରା ଦେଶରୁ ବାୟୁସେନାକୁ ପ୍ରଶଂସାର ସୁଅ ଛୁଟିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar