Dailyhunt
ଫେବୃଆରୀ ୧ରେ ବଜେଟ

ଫେବୃଆରୀ ୧ରେ ବଜେଟ

ONA Khabar 6 years ago

ନୂଆଦିଲ୍ଲୀ: ମୋଦି ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସନ୍ତା ଫେବୃଆରୀ ୧ରେ ଉପସ୍ଥାପନ କରିବେ। ଫେବୃଆରୀ ୧ ଶନିବାର ପଡ଼ୁଥିଲେ ହେଁ ସେଦିନ ସଂସଦ ଖୋଲା ଯିବ ଓ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ। ସେହିପରି ବଜେଟ ପୂର୍ବରୁ ଜାନୁଆରୀ ୩୧ରେ ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ।
୨୦୧୫-୧୬ ଆର୍ଥିକ ବର୍ଷ ପରି ଏଥିର ମଧ୍ୟ ବଜେଟ ଶନିବାର ଉପସ୍ଥାନ ହେବ। ଶୁକ୍ରବାର ବଜେଟ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଶ୍ନ କରାଯାଇଥିଲା। କ'ଣ କେନ୍ଦ୍ର ସରକାର ଏଥର ଫେବୃଆରୀ ୧ ଶନିବାର ଭଳି ଛୁଟି ଦିନରେ ସଂସଦରେ ବଜେଟ ଉପସ୍ଥାପନ କରିବେ କି? ଏହାର ଉତ୍ତର ଦେଇ ଶ୍ରୀ ଯୋଶୀ କହିଛନ୍ତି, "କେନ୍ଦ୍ର ସରକାର ଆରମ୍ଭ ହୋଇଥିବା ପରମ୍ପରା ଜାରି ରହିବ। ତେଣୁ ଧାର୍ଯ୍ୟ ତାରିଖରେ ହିଁ ବଜେଟ ଉପସ୍ଥାପନ ହେବ।"

ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ

ପଶ୍ଚିମବଙ୍ଗକୁ ବେଆଇନ ଓଭରଲଡିଂ ବାଲି ଚୋରା ଚାଲାଣ ବିରୋଧରେ ରାସ୍ତା.

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar