ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ। ଆସନ୍ତା ୨୦ରୁ ୨୮ ପର୍ଯ୍ୟନ୍ତ ପିପିଲିରେ ବିଜେଡି ପକ୍ଷରୁ ପ୍ରଚାର କରାଯିବ। ଆଜି ବିଜେଡିର ଏକ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ।
ସେ କହିଛନ୍ତି ଯେ, ଆସନ୍ତା ୨୦ରୁ ୨୮ ତାରିଖ ଯାଏ ବିଜେଡି ପ୍ରଚାର କରିବ।
ଗତ ମଙ୍ଗଳବାର ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରି ସାରିଥିବା ବେଳେ ବୁଧବାର ବିଜେଡି ଓ କଂଗ୍ରେସ ନିଜର ତାଲିକା ପ୍ରକାଶ କରିଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ମଇଦାନକୁ ଓହ୍ଲାଉଥିବା ବେଳେ କୌଣସି ସିନେ ଅଭିନେତାଙ୍କୁ ଏଥିରେ ସ୍ଥାନ ମିଳିନାହିଁ।
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ନିର୍ବାଚନମଣ୍ଡଳୀ ଖାଲି ପଡ଼ିଛି। ଆସନ୍ତା ୩୦ ତାରିଖରେ ଏଠାରେ ମତଦାନ ହେବ। ପୂର୍ବରୁ ଦୁଇ ଥର ଉପନିର୍ବାଚନ ତାରିଖ ଘୋଷଣା ହେଲା ପରେ ଘୁଞ୍ଚିଛି। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହେଇଯିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଦ୍ୱିତୀୟ ଥର ତାରିଖ ଘୋଷଣା ହୋଇଥିଲେ ବି କୋଭିଡ ଦ୍ୱିତୀୟ ଲହର ଯୋଗୁ ଉପନିର୍ବାଚନକୁ ପୁନର୍ବାର ସ୍ଥଗିତ ରଖାଯାଇଥିଲା।
The post ପିପିଲି ଉପନିର୍ବାଚନ ପାଇଁ ୨୦ରୁ ପ୍ରଚାର କରିବ ବିଜେଡି appeared first on ONA KHABAR.

