Dailyhunt
ପିଟି ପିଟି ମାରିଦେଲେ

ପିଟି ପିଟି ମାରିଦେଲେ

ONA Khabar 5 years ago

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଡାଡିହା ବିଟ୍ ହାଉସ ସମ୍ମୁଖରେ ଶବ ରଖି ଧାରଣା,ଵନ କର୍ମଚାରୀଙ୍କ ଅମାନଵନୀୟ ମାଡରେ ଜୀଵନ ହରାଇ ଥିବା ପରିଵାରଙ୍କୁ ୫ଲକ୍ଷ୍ୟ ଟଙ୍କାର କ୍ଷତିପୂରଣ ଦାଵୀ କରି ଧାରଣା ରେ ଗ୍ରାମ ଵାସୀ ।ଗତ ୯ତାରିଖରେ ନଛିପୁର ଗ୍ରାମର ଗଜେନ୍ଦ୍ର ନାଏକ ନାମକ ଏକ ଵ୍ଯକ୍ତି ନିକଟସ୍ଥ ଶିମିଳିପାଳ ଅଭୟାରଣ୍ୟ କୁ ଦାନ୍ତକାଠି ଓ ପତ୍ର ସଂଗ୍ରହ କରିଵାକୁ ଯାଇ ନିଖୋଜ ଥିଲେ,ଦୀର୍ଘ ୩ ଦିନ ପରେ ତାକୁ ଗୁରୁତର ଅବସ୍ଥାରେ ଵାରିପଦା ମେଡିକାଲ ରେ ଚିକିତ୍ସା କରାଯାଉଥିବା ଖଵର ଵନଵିଭାଗ ତାଙ୍କ ସ୍ତ୍ରୀ ଙ୍କୁ ଜଣାଇଥିଲେ ଓ ଵନଵିଭାଗ ଗାଡିରେ ତାଙ୍କୁ ଵାରିପଦା ନେଇଯାଇଥିଲେ, ସେଠାରେ ସ୍ଵାମି ଙ୍କର ଗୁରୁତର ଅଵସ୍ଥାଦେଖି ତାଙ୍କ ସ୍ତ୍ରୀ ନିଜ ଵାପାଙ୍କୁ ଵନଵିଭାଗ ଵିରୁଦ୍ଦରେ ଅଭିଯୋଗ କରିବା ପାଇଁ କପ୍ତିପଦା ଥାନା କୁ ପଠାଇଥିଲେ ମାତ୍ର ଥାନାଅଧିକାରି ତାଙ୍କ ଅଭିଯୋଗ ରଖିନଥିଲେ ପାଲଟା ଵନ ଵିଭାଗ ସହିତ କଥା ହେଵାକୁ ପରାମର୍ଶ ଦେଇଥିଲେ, ଵାଧ୍ଯହୋଇ ତାଙ୍କ ଵାପା ଅନ୍ ଲାଇନ୍ ରେ ଅଭିଯୋଗ କରିଥିଲେ, ଅଵସ୍ଥା ଗରୁତ୍ଵର ହେଵାରୁ ଗଜେନ୍ଦ୍ର ଙ୍କୁ କଟକ ଵଡ ମେଡିକାଲ ନିଆଯାଇଥିଲା, ସେଠାରେ ଵନ କର୍ମଚାରୀ ତାଙ୍କୁ ଛାଡି ଚାଲି ଆସିଥିଲେ,ଵିଚରା ସ୍ତ୍ରୀ ଲୋକଟି ଡାକ୍ତର ଙ୍କୁ ଅନେକ କାକୁତି ମିନତୀ ହୋଇ ସ୍ଵାମି ର ଜିଵନ ବଞ୍ଚାଇ ଵାକୁ ନିଵେଦନ କରିଥିଲେ ଚିକିତ୍ସା ଧିନ ଅଵସ୍ଥାରେ ତାଙ୍କର ଗତକାଲି ସକାଳୁ ମୃତ୍ୟୁ ହୋଇଥିଲା ।ଵନଵିଭାଗ ଗଜେନ୍ଦ୍ର କୁ ଶୀକାରି ସନ୍ଦେହ କରି ପିଟି ପିଟି ମାରି ଦରମଲା ଅବସ୍ଥାରେ ମେଡିକାଲ ନେଇଥିବା ଅଭିଯୋଗ କରି ଗ୍ରାମ ଵାସୀଙ୍କ ସହ ମୃତକର ପରିଵାର ଶଵ ରଖି ଧାରଣାରେଵସିଛନ୍ତି ।ଯେହେତୁ ଗଜେନ୍ଦ୍ର ଏକମାତ୍ର ରୋଜଗାରିଆ ଲୋକ ଜଙ୍ଗଲ ରୁ ପତ୍ର ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥିଲେ ,ତାଙ୍କ ମୃତ୍ୟୁ ରେ ପରିଵାର ର ଛୋଟ ଛୋଟ ପିଲା ଅନାଥ ହୋଇଛନ୍ତି, ତେଣୁ ତାଙ୍କୁ ୫ଲକ୍ଷ୍ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar