ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ ଘଟିଛି । ପୋଖରୀରେ ବୁଡିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ପୂର୍ବାହ୍ମ ପ୍ରାୟ ୧୦ଟାରେ ଏହି ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ ଗାଁ ସ୍କୁଲରୁ ଫେରି ଉଭୟେ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା କାରଣରୁ ଉଭୟେ ଗଭୀର ପାଣିରେ ବୁଡିଯାଇଥିଲେ ।

