Saturday, 25 Sep, 6.03 pm ONA Khabar

ଓଡ଼ିଶା
ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ

ବରଗଡ: ପୋଲିସ ଉଠାଇ ନେଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଛି । ପୋଲିସ ତାଙ୍କୁ ମାରି ଦେଇଥିବା ଅଭିଯୋଗରେ ତେଜିଛି ଉତ୍ତେଜନା । ଶବ ଧରି ଏସପି ଅଫିସ ଆସୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ହୋଇଛି । ଫଳରେ ପୋଲିସ ଲାଠି ଚାର୍ଜ କରିଥିବା ଜଣାପଡିଛି । ପୋଲିସର ଲାଠି ଚାର୍ଜ ପରେ ଉତ୍ତ୍ୟକ୍ତ ଲୋକେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଲୋକଙ୍କ ହେପାଜତରୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଇଛି ପୋଲିସ । ଗଣ୍ଡଗୋଳ ମାମଲାରେ କାଲି ଯୁବକଙ୍କୁ ଉଠାଇ ନେଇଥିଲା ଟାଉନ ପୋଲିସ । ପରେ ଅସୁସ୍ଥ ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲ ଅଣାଯାଇଥିଲା । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

The post ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ appeared first on ONA KHABAR.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top