Saturday, 16 Nov, 12.11 pm ONA Khabar

ଓଡ଼ିଶା
ପୋଲିସର ଉପସ୍ଥିତିରେ ଆତ୍ମହତ୍ୟା କଲେ ଯୁବକ, ବଞ୍ଚାଇବାର ଉପାୟ ଖୋଜିବା ପରିବର୍ତ୍ତେ ଭିଡିଓ କରି ଭାଇରାଲ କଲେ ଲୋକେ...

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଡୁଡୁକା ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା | ପୋଲିସ ଓ ଜନସାଧାରଣଙ୍କ ଉପସ୍ଥିତିରେ ଜଣେ ଯୁବକ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ନାଁ ଶିବ ମୁଣ୍ଡା ବୋଲି ଜଣା ପଡିଛି । ତବେ ଶିବ ଗତ କିଛି ଦିନ ହେବ ନିଜର ମାନସିକ ଭାରସାମ୍ୟ ହରାଇଥିବା କୁହାଯାଉଛି । ହେଲେ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଘଟଣା ସ୍ଥଳରେ ଶହ ଶହ ଲୋକ ଥିଲେ ମଧ୍ୟ କେହି ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁନଥିଲେ । ବରଂ ଯୁବକ ଛାତ ଉପରୁ ତଳକୁ ଡେଇଁବା ଲାଗି ତାଙ୍କୁ ଉସୁକାଯାଉଥିଲା । ଦେଖଣାହାରୀ ଲୋକଙ୍କ ଭିତରୁ କେହି କେହି ଏକ ଦୁଇ ତିନ ବୋଲି ମଧ୍ୟ ଗଣିବାକୁ ଆରମ୍ଭ କରିଥିଲେ । ସେଠାରେ ବହୁ ପୋଲିସ କର୍ମୀ ଥିଲେ ମଧ୍ୟ ସେମାନେ କେବଳ ଦେଖଣାହାରୀ ସାଜିଥିଲେ । ଚାହିଁଥିଲେ ପୋଲିସ ଛାତ ଉପରକୁ ଯାଇ ଯୁବକଙ୍କୁ ଅଟକାଇପାରିଥାନ୍ତି । ଏପରିକି ସମସ୍ତ ପୋଲିସ କର୍ମୀ ଯୁବକ ଡେଉଁଥିବା କୋଠାଠାରୁ ଯଥେଷ୍ଟ ଦୂରରେ କେବଳ ଠିଆ ହୋଇ ଦର୍ଶକ ସାଜିଥିଲେ । ଜଣେ ମାତ୍ର ମହିଳା ପୋଲିସ କର୍ମୀ ସଂପୃକ୍ତ କୋଠାତଳେ ଠିଆ ହୋଇଥିଲେ । ଶିବ ଏକ ବ୍ୟାଙ୍କର ଛାତ ଉପରକୁ ଚଢିଯାଇ ସେଠାରୁ ଡେଇଁ ପଡି ଆତ୍ମହତ୍ୟା କରିବ ବୋଲି କହିଥିଲା । ଫଳରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ପୋଲିସ ଆସି ସେଠାରେ ପହଂଚି ଯୁବକୁ ତଳକୁ ଆସିବାକୁ କହିଥିଲେ । ହେଲେ ଶିବ କିଛି ନଶୁଣି ହଠାତ ତଳକୁ ଡେଇଁପଡିଥିଲା। ତାକୁ ଧରିବାକୁ ପୋଲିସ କର୍ମଚାରୀ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଆଉ ସେଠାରେ ଶିବର ମୃତ୍ୟୁ ଘଟିଥିଲା। ପୋଲିସ ଓ ଜନସାଧାରଣଙ୍କ ଉପସ୍ଥିତିରେ ଜଣେ ଯୁବକ ଆତ୍ମହତ୍ୟା କରୁଥିବାର ଏହି ଲାଇଭ ଭିଡିଓ ବର୍ତମାନ ଭାଇରାଲ ହେବାରେ ଲାଗିଛି ।

ଭିସୁଟ କୁଳପତିଙ୍କୁ ଆକ୍ରମଣ :୪ ହଜାର ଟଙ୍କା ପାଇଁ ଚ୍ୟାମ୍ବରରେ ପଶି.

ଛୁଆକୁ ବି ଛାଡ଼ିଲେନି : ହାତୀ ଶାବକର ଦାନ୍ତ କାଟିନେଲେ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top