ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସାଟେଲାଇଟ୍ ଚିତ୍ରରେ ଏକ ବିରଳ ପାଣିପାଗ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରାୟ ୧୦୦୦ କିଲୋମିଟର ଲମ୍ବର ଏକ ବିଶାଳ ମେଘମାଳା ଭାରତ ଓ ପାକିସ୍ତାନର ଏକ ବଡ଼ ଅଞ୍ଚଳକୁ ଘୋଡ଼ାଇ ରଖିଛି। ଏହି ବାୟୁମଣ୍ଡଳୀୟ ପରିବର୍ତ୍ତନ କେବଳ ସାଧାରଣ ବର୍ଷା ନୁହେଁ, ବରଂ ଭୂମଧ୍ୟସାଗରୀୟ ଅଞ୍ଚଳରୁ ପୂର୍ବ ଦିଗକୁ ଗତି କରୁଥିବା ଅତି ଶକ୍ତିଶାଳୀ ପଶ୍ଚିମା ଝଡ଼ର ପରିଣାମ।

