ଭୁବନେଶ୍ୱର: ପୁରୀ, ଗଜପତି ଓ ଗଞ୍ଜାମ ଆଦି ଉପକୂଳ ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ହେତୁ ଗୁଳୁଗୁଳି ଏହି ଅଞ୍ଚଳରେ ଅଧିକ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ତାପମାତ୍ରାଠାରୁ ଅଧିକ ଗରମ ଅନୁଭୂତ ହେଉଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ରେକର୍ଡ ହୋଇଛି ।

