Monday, 04 Nov, 12.35 pm ONA Khabar

ଓଡ଼ିଶା
ପ୍ରେମିକ ଘରେ ମିଳିଲା ପ୍ରେମିକାର ମୃତ ଦେହ

କେନ୍ଦୁଝର : ଆନନ୍ଦପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକ ଘରୁ ପ୍ରେମିକାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ହେଲେ ଝିଅ ସ୍ନେହଲତା ଦାସ। ସେ ଆନନ୍ଦପୁର ୩ ନମ୍ବର ଓ୍ୱାର୍ଡ ଡାହାଣୀଗଡ଼ିଆ ସାହିର ବିନୋଦ ଦାସଙ୍କ ଝିଅ ।

ମିଳିଥିବା ଖବର ଅନୁସାରେ ପଣ୍ଡୁଆ ଗାଁର ନୀଳକଣ୍ଠ ନାୟକଙ୍କ ପୁଅ ଅକ୍ଷୟଙ୍କ ସହ ସ୍ନେହଲତାଙ୍କ ଭଲ ପାଇବା ବଢିଥିଲା। କିନ୍ତୁ ସ୍ନେହଲତାଙ୍କ ପରିବାର ସହମତ ନ ଥିଲେ | ହେଲେ ସ୍ନେହଲତାଙ୍କୁ ବିବାହ କରିବାପାଇଁ ଅକ୍ଷୟ ଦେଢ଼ମାସ ତଳେ ତାଙ୍କ ଘରକୁ ନେଇ ଆସିଥିଲେ। ତେବେ ସେମାନଙ୍କର ବିବାହ ହୋଇ ନ ଥିଲା। କିଛିଦିନ ହେବ ଅକ୍ଷୟ କାମ କରିବାକୁ ବାହାରକୁ ଯାଇଥିବା ବେଳେ ସେହ୍ନଲତା ଅକ୍ଷୟଙ୍କ ବାପା ଓ ତାଙ୍କ ମା'ଙ୍କ ସହ ଘରେ ରହୁଥିଲେ। ଶନିବାର ରାତିରେ ସମସ୍ତେ ଖାଇ ସାରି ଶୋଇବାକୁ ଯାଇଥିଲେ। ହେଲେ ତା'ପରଦିନ ସକାଳୁ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ସ୍ନେହଲତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ବିବାହରେ ବିଳମ୍ବରୁ ସ୍ନେହଲତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା କଥା ତାଙ୍କ ମା' ଅଭିଯୋଗ କରିଛନ୍ତି।

ଖବର ପାଇ ଆନନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରି ତଦନ୍ତ ଚଳାଇଛି । ପ୍ରକୁତରେ କେଉଁ ପରିସ୍ଥିତିରେ ସ୍ନେହଲତାଙ୍କ ମୃତ୍ୟୁ ହୋଇଛି | ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି | ଏସବୁ ବିଷୟରେ ପୁଲିସ ଖୋଳତାଡ଼ କରୁଛି |

ସିବିକେ ମହାନ୍ତି ନୂଆ ଡିଏମଇଟି

ଗହମର ଘାସ ଖାଉଛନ୍ତି କି ତେବେ ଜାଣନ୍ତୁ କ'ଣ ହୋଇପାରେ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top