କେନ୍ଦୁଝର : ଆନନ୍ଦପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକ ଘରୁ ପ୍ରେମିକାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ହେଲେ ଝିଅ ସ୍ନେହଲତା ଦାସ। ସେ ଆନନ୍ଦପୁର ୩ ନମ୍ବର ଓ୍ୱାର୍ଡ ଡାହାଣୀଗଡ଼ିଆ ସାହିର ବିନୋଦ ଦାସଙ୍କ ଝିଅ ।
ମିଳିଥିବା ଖବର ଅନୁସାରେ ପଣ୍ଡୁଆ ଗାଁର ନୀଳକଣ୍ଠ ନାୟକଙ୍କ ପୁଅ ଅକ୍ଷୟଙ୍କ ସହ ସ୍ନେହଲତାଙ୍କ ଭଲ ପାଇବା ବଢିଥିଲା। କିନ୍ତୁ ସ୍ନେହଲତାଙ୍କ ପରିବାର ସହମତ ନ ଥିଲେ | ହେଲେ ସ୍ନେହଲତାଙ୍କୁ ବିବାହ କରିବାପାଇଁ ଅକ୍ଷୟ ଦେଢ଼ମାସ ତଳେ ତାଙ୍କ ଘରକୁ ନେଇ ଆସିଥିଲେ। ତେବେ ସେମାନଙ୍କର ବିବାହ ହୋଇ ନ ଥିଲା। କିଛିଦିନ ହେବ ଅକ୍ଷୟ କାମ କରିବାକୁ ବାହାରକୁ ଯାଇଥିବା ବେଳେ ସେହ୍ନଲତା ଅକ୍ଷୟଙ୍କ ବାପା ଓ ତାଙ୍କ ମା'ଙ୍କ ସହ ଘରେ ରହୁଥିଲେ। ଶନିବାର ରାତିରେ ସମସ୍ତେ ଖାଇ ସାରି ଶୋଇବାକୁ ଯାଇଥିଲେ।
ଖବର ପାଇ ଆନନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରି ତଦନ୍ତ ଚଳାଇଛି । ପ୍ରକୁତରେ କେଉଁ ପରିସ୍ଥିତିରେ ସ୍ନେହଲତାଙ୍କ ମୃତ୍ୟୁ ହୋଇଛି | ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି | ଏସବୁ ବିଷୟରେ ପୁଲିସ ଖୋଳତାଡ଼ କରୁଛି |

