ମୟୁରଭଞ୍ଜ:ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ଡାକ୍ତରଙ୍କର ଅବହେଳା କାରଣରୁ ଏଚ ଆଇ ଭି ସଂକ୍ରମିତ ପ୍ରସୂତୀ ଛୁଆ ଜନ୍ମ କରିବା ପୁର୍ବରୁ ଗର୍ଭରେ ହିଁ ପିଲାଟିର ମୃତ୍ୟୁ ହୋଇଯାଇଥିବା ଭଳି ସ୍ପର୍ଶକାତର ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା । ସୂଚନା ଅନୁଯାୟୀ, ଡିସେମ୍ବର ୧୨ତାରିଖ ରାତି ୮ଟା ସମୟରେ ଜାମଦା ଅଞ୍ଚଳର ଜଣେ ଏଚ ଆଇ ଭି ସଂକ୍ରମିତ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଶାକର୍ମିଙ୍କ ସହାୟତାରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ ହସ୍ପିଟାଲରେ ରାତି ୧୨ଟା ସମୟରେ ପହଞ୍ଚି ଥିଲେ । ହେଲେ ରାତିଯାକ ଗର୍ଭ ଯନ୍ତ୍ରଣା ସହିବା ପରେ ମଧ୍ୟ ତାଙ୍କୁ ସଠିକ ଚିକିତ୍ସା କରାଯାଇନଥିଲା ।