Dailyhunt
ପୁଣିଥରେ ବିବାହ କରିବେ କରିସ୍ମା କପୁର, ବଧୂ ବେଶରେ.

ପୁଣିଥରେ ବିବାହ କରିବେ କରିସ୍ମା କପୁର, ବଧୂ ବେଶରେ.

ONA Khabar 6 years ago

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ବଲିଉଡରେ ଅଧିକ ନଜର ଆସୁନାହାନ୍ତି |କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାଏ। ବହୁତ ପୂର୍ବରୁ କରିସ୍ମା କପୁର ଫିଲ୍ମ ସହ ସମ୍ପର୍କ ଭାଙ୍ଗି ସାରିଛନ୍ତି। ଏବେ କିଛି ନା କିଛି କାରଣ ପାଇଁ ସେ ଲାଇମ୍‌ ଲାଇଟରେ ରହୁଛନ୍ତି। ଏବେ କରିସ୍ମା ନିଜ ବିବାହ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି।

୨୦୦୩ ମସିହାରେ କରିସ୍ମାଙ୍କ ବିବାହ ସଞ୍ଜୟ କପୁରଙ୍କ ସହ ହୋଇଥିଲା। ବିବାହର କିଛି ବର୍ଷ ପରେ ଉଭୟ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ। ବିବାହ ବିଚ୍ଛେଦ ପରେ କରିସ୍ମା କପୁରଙ୍କ ସମ୍ପର୍କ ବିଜନେସମ୍ୟାନ ସନ୍ଦୀପ ତୋଷନୀୱାଲଙ୍କ ସହ ବଢିବାକୁ ଲାଗିଲା। ଅଧିକାଂଶ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କରିସ୍ମାଙ୍କୁ ପ୍ରେମିକ ସନ୍ଦୀପ ମଧ୍ୟ ପୂର୍ବରୁ ବିବାହିତ।

ସନ୍ଦୀପ ତାଙ୍କ ପ୍ରଥମ ସ୍ତ୍ରୀ ଅର୍ଷିତାଙ୍କୁ ଛାଡପତ୍ର ଦେଇଥିଲେ। ସୂଚନାଯୋଗ୍ୟ ଯେ, ସନ୍ଦିପ ଓ କରିସ୍ମାଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ। ହେଲେ ଆନୁଷ୍ଠାନିକ ଭାବେ ଏହି ଖବରର ଘୋଷଣା କରାଯାଇନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar