Monday, 21 Oct, 7.43 pm ONA Khabar

ହୋମ
ପୂର୍ବାନୁମାନ : ମହାରାଷ୍ଟ୍ର ଓ ହରିୟାଣାରେ ସରକାର କରିବ ବିଜେପି

ନୂଆଦିଲ୍ଲୀ, ଅକ୍ଟୋବର : ଆଜି ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ଶେଷ ହୋଇଛି | ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ପକ୍ଷରୁ କାଯାଇଥିବା ପୂର୍ବାନୁମାନ ସର୍ଭେ ପ୍ରକାଶ ପାଇଛି | ସବୁ ସର୍ଭେରେ ପୁଣି ମୋଦୀ ମ୍ୟାଜିକର ଝଲକ ଦେଖିବାକୁ ମିଳିଛି । ମୋଦୀଙ୍କ ସୁନାମିରେ ବିରୋଧୀ ଦଳ ଧରାଶାୟୀ ହେବେ । ଏହି ପୂର୍ବାନୁମାନ ଯଦି ବାସ୍ତବ ହୁଏ ତେବେ ଭାରତର ରାଜନୀତି ଏକ ନୂଆ ଅଧ୍ୟାୟ ଲେଖାଯିବ | ବିରୋଧୀ ଆଉ ମୋଦିଙ୍କ ସମକକ୍ଷ ହୋଇ ପାରିବେ ନାହିଁ | ବିଶେଷ କରି କଂଗ୍ରେସକୁ ତାର ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ପଡିବ ବୋଲି କୁହାଯାଉଛି |
ମହାରାଷ୍ଟ୍ରର ୨୮୮ ଓ ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସଂଧ୍ୟା ୬ଟା ସୁଧା ୫୫.୩୩ ପ୍ରତିଶତ ଓ ହରିୟାଣାରେ ୬୧.୬୨ ପ୍ରତିଶତ ମତଦାନ ହୋଇଛି । ବିଜେପି ମହାରାଷ୍ଟ୍ରରେ ଶିବସେନା ସହିତ ମିଶି ନିର୍ବାଚନ ଲଢୁଥିବା ବେଳେ ହରିୟାଣାରେ ଏକାକି ଲଢ଼ିଛି । ମହାରାଷ୍ଟ୍ରରେ କଂଗ୍ରେସ ଏନସିପି ସହ ମେଣ୍ଟ କରି ଲଢୁଥିବା ବେଳେ ହରିୟାଣାରେ କଂଗ୍ରେସ ଏକାକୀ ଲଢୁଥିଲା । ତେବେ ଏହି ଲଡେଇରେ ଦେଶ ତଥା ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା । ବିଜେପି ଧାରା ୩୭୦ ଉଚ୍ଛେଦ, ଆତଙ୍କବାଦ ବିରୋଧୀ ଅଭିଯାନ, ବାଲାକୋଟ ଏୟାର ଷ୍ଟ୍ରାଇକ, ତ୍ରିପଲ ତଲାକ ଆଦି ବିକାଶ ପ୍ରସଙ୍ଗରେ ଲୋକଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରିଥିଲ। । ସେହିଭଳି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଆର୍ଥିକ ମାନ୍ଦାବସ୍ଥା, ଉଦ୍ୟୋଗରେ ଛଟେଇ, ବେରୋଜଗାରୀ, ଜିଡିପି ଆଦିକୁ ପ୍ରସଙ୍ଗ କରିଥିଲା ।

ହେଲେ ସର୍ଭେ ଅନୁସାରେ ବିରୋଧୀଙ୍କୁ ମହାରାଷ୍ଟ୍ରର ଓ ହରିୟାଣାରେ ଶକ୍ତ ଝଟକା ଲାଗିବାକୁ ଯାଉଛି । ଇଣ୍ଡିଆ ଟୁଡେ, ରିପବ୍ଲିକ,ଟାଇମ୍ସ ନାଓ, ପୋଲ ଅଫ ପୋଲସ , ନ୍ୟୁଜ ଏକ୍ସ ଆଦି ଦେଶର ଅନେକ ସଂସ୍ଥା ବିଜେପିକୁ ବହୁ ମତର ସଙ୍କେତ ଦେଇଛନ୍ତି । ବିଜେପିକୁ ରୋକିବାରେ ବିରୋଧୀ ସମର୍ଥ ହେବେ ନାହିଁ ଏହି ପୂର୍ବାନୁମାନ କହୁଛି | ଏପରିକି ବିଜେପି ପୂର୍ବ ତୁଳନାରେ ଅଧିକ ଆସନ ପାଇବାର ସମ୍ଭାବନା ରହିଥିବା ଦର୍ଶାଯାଇଛି ।

ଇଣ୍ଡିଆ ଟୁଡେ ବିଜେପି-ଶିବସେନା ୧୬୬-୧୯୪ କଂଗ୍ରେସ- ଏନସିପି ୭୨-୯୦

ନ୍ୟୁଜ ୧୮ ବିଜେପି-ଶିବସେନା ୨୪୩ କଂଗ୍ରେସ- ଏନସିପି ୪୧

ଏବିପି ସି-ଭୋଟର ବିଜେପି-ଶିବସେନା ୨୦୪ କଂଗ୍ରେସ- ଏନସିପି ୬୯

ପୋଲିସ ଇନ୍‌ଫର୍ମର ସନ୍ଦେହରେ ଆତ୍ମସମର୍ପଣ କରିଥିବା ନକ୍ସଲକୁ କଲେ.

ପୃଥକ ପୃଥକ ଦୁଇଟି ଘଟଣାରେ ଦୁଇ ଛାତ୍ରୀଙ୍କୁ ଅପହରଣ କରିନେଇ ଯାହା କଲେ.

ଜନକି ବାତ ବିଜେପି ୫୭ କଂଗ୍ରେସ ୧୭
ନ୍ୟୁଜ ଏକ୍ସ ବିଜେପି ୭୭ କଂଗ୍ରେସ ୧୧
ଟିଭି ୯ ବିଜେପି ୪୭ କଂଗ୍ରେସ ୨୩
ପୋଲ ଅଫ ପୋଲସ ବିଜେପି ୬୩ କଂଗ୍ରେସ ୧୬

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top