Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲା ବହିଷ୍କୃତ

ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲା ବହିଷ୍କୃତ

ONA Khabar 1 week ago

ଭୁବନେଶ୍ୱର: ଆକ୍ସନ ମୋଡରେ ରାଜ୍ୟ ସରକାର । ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୂନ୍ୟ ସହନଶୀଳତା । ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲା ବହିଷ୍କୃତ । ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ଥିବା ବେଳେ ଅନିୟମିତତା ଅଭିଯୋଗ ଆସିଥିଲା ।

ତଦନ୍ତରେ ଅନିୟମିତତା ସ୍ପଷ୍ଟ ହେବା ପରେ ମୁଖ୍ୟମନ୍ତ୍ରୀ ଆକ୍ସନ ନେଇଛନ୍ତି । ପୂର୍ବରୁ ଚିତ୍ତରଞ୍ଜନ ପିଲ୍ଲା ଭୁବନେଶ୍ୱରର ଅତିରିକ୍ତ ତହସିଲ ଭାବେ କାର୍ଯ୍ୟକରୁଥିଲେ । ଏବଂ ପରେ ଜଗତସିଂହପୁରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ଥିଲାବେଳେ ତାଙ୍କ ନାଁରେ ଅନିୟମିତତା ଅଭିଯୋଗ ଆସିଥିଲା ଯାହାକୁ ନେଇ ଭିଜିଲାନ୍ସ କେସ ହୋଇଥିଲା । ଏବଂ ଜମି ଜମା ସଂପର୍କିତ ଅନେକ ନିଷ୍ପତ୍ତି ସମ୍ବନ୍ଧରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ ମଧ୍ୟ କରାଯାଇଛି । ତଦନ୍ତରୁ ବିଭିନ୍ନ ଅନିୟମିତତା ସ୍ପଷ୍ଟ ହେବା ପରେ ଏଭଳି ବଡ ଆକ୍ସନ ନିଆଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar