Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କଂଗ୍ରେସରେ ଯୋଗଦାନ

ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କଂଗ୍ରେସରେ ଯୋଗଦାନ

ONA Khabar 2 weeks ago

ଭୁବନେଶ୍ୱର: ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମହା ମିଶ୍ରଣ ପର୍ବରେ ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ତାଙ୍କ ଶତାଧିକ ସମର୍ଥକ ଓପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ବିଧିବଦ୍ଧ ଯୋଗଦାନ କରିଥିଲେ lମିଶ୍ରଣ ପର୍ବରେ ଓପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ କଂଗ୍ରେସକୁ ଶ୍ରୀ ରାମଚନ୍ଦ୍ର ହାଁସଦାଙ୍କୁ ସ୍ୱାଗତ କରିଥିଲେ l ସ୍ୱାଗତ ପରେ ଶ୍ରୀ ହାଁସଦା ତାଙ୍କ ଅଭିଭାଷଣରେ କହିଲେ, ମୟୁରଭଞ୍ଜର ଆଦିବାସୀ ଦଳିତଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଲଢେଇ କରି ଆସିଛି lI ମାଟି ପାଇଁ ନେତା ଗଢିବା ଇଚ୍ଛା ଥିଲା l 1995ରେ ସୁଦାମ ମାରାଣ୍ଡିଙ୍କୁ ପଠାଇଥିଲୁ lକିନ୍ତୁ ସେ ଆଦିବାସୀଙ୍କ ସ୍ୱର ବିଧାନସଭା କିମ୍ବା ଲୋକସଭାରେ ଉତ୍ତୋଳନ କରିପାରିଲେନି l ମୁଁ ବିରୋଧ କରିବାରୁ ଜେଏମଏମରୁ ମତେ ନିଲମ୍ବନ କରିଥିଲେ l 2000 ମସିହାର ମୁଁ କଂଗ୍ରେସରୁ ଲଢେଇ କରିବାକୁ ଚାହୁଁଥିଲି l 2004 ରେ ସ୍ୱାଧୀନରେ ଲଢ଼ିଥିଲି l ସବୁବେଳେ କଂଗ୍ରେସ ପ୍ରତି ଆକର୍ଷଣ ଥିଲା lବିଜେଡି ସମୟରେ ଉତ୍ତର ଓଡିଶା ପାଇଁ କିଛି କରାଯାଇ ନାହିଁ lକଂଗ୍ରେସ ହିଁ କେବଳ ମୟୁରଭଞ୍ଜ ଲୋକଙ୍କ ବିକାଶ କରିପାରିବ ଓ ସ୍ୱାଭିମାନ ରଖିବ l ଓପିସିସି ସଭାପତିଭକ୍ତ ଦାସଙ୍କ ନେତୃତ୍ୱରେ ମୟୁରଭଞ୍ଜରେ କଂଗ୍ରେସ ବାନା ଉଡେଇବ lଏହି ମିଶ୍ରଣ ପର୍ବକୁ ସମ୍ବୋଧିତ କରି ଏଆଇସିସି କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ କହିଲେ, ଦେଶର ଆଦିବାସୀ ଦଳିତ ପଛୁଆ ଲୋକଙ୍କ ଅଧିକାର ପାଇଁ ଆମକୁ ଲଢ଼ିବାକୁ ପଡ଼ିବ l ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନୂଆ ଅଭିଯାନ ଆରମ୍ଭ ହୋଇଯାଇଛି l ଅସୁବିଧା ଆସିବ କିନ୍ତୁ କଂଗ୍ରେସ ସୈନିକ ଲଢ଼ିବେ l ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ହିସାବରେ ଓଡ଼ିଶାରେ ତାଙ୍କୁ ତାଙ୍କ ଅଧିକାର ମିଳୁନି lଓଡ଼ିଶାରରେ ଆଦିବାସୀ ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ବସାଯାଇଛି l ବିଜେପିର ଏହା ରାଜ୍ୟ ସମ୍ପଦ ଶୋଷଣ କରିବାର ଫର୍ମୁଲା l ଖଣି ସଂଶୋଧନ ଆଇନ ବିରୋଧରେ ଆଇନ ପାଇଁ ଲଢ଼ିବାକୁ ପଡ଼ିବ l ଆଜି ଏହା ଅୟମାରମ୍ଭ ମାତ୍ର ଆଗକୁ କଂଗେସକୁ ସମସ୍ତେ ଆସିବେ ଏବଂ ଏକ ଜାଗରଣ ସୃଷ୍ଟି ହେବ lଆଜିର ମିଶ୍ରଣ ପର୍ବରେ ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନା, ସୁରେଶ ରାଉତରାୟ, ଦେବାଶିଷ ପଟ୍ଟନାୟକ, ବିଧାୟକ ନୀଳମାଧଵ ହିକକା, ସିଦ୍ଧାର୍ଥ ଦାଶ, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ଭୁବନ ସାହୁ କଂଗ୍ରେସ ଦଳ ପକ୍ଷରୁ ଉପସ୍ଥିତ ଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar