Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁରୀ କଣାସରେ ଯେଉଁ ଅମାନବୀୟ ଘଟଣା ଘଟିଛି ତାହାକୁ ସ୍ପଷ୍ଟ ପ୍ରମାଣ କରୁଛି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି

ପୁରୀ କଣାସରେ ଯେଉଁ ଅମାନବୀୟ ଘଟଣା ଘଟିଛି ତାହାକୁ ସ୍ପଷ୍ଟ ପ୍ରମାଣ କରୁଛି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି

ONA Khabar 2 weeks ago

ବିପର୍ଯ୍ୟସ୍ତ ହୋଇପଡ଼ିଛି ରାଜ୍ୟର ଆଇନ ପରିସ୍ଥିତି । ୨୧ ମାସ ସରକାରରେ ଅରାଜକତାର କଳା ଅଧ୍ୟାୟ ସୃଷ୍ଟି ହୋଇଛି। ପୁରୀରେ ବାଲି ମାଫିଆଙ୍କ ବେପାର କାହା ଛତ୍ର ଛାୟା ତଳେ ଚାଲିଛି ଓ କାହା ପକେଟ୍ କୁ ଯାଉଛି ପିସି କାରବାର ପ୍ରଶ୍ନ କରିଛନ୍ତି। ସୁନାର ଓଡ଼ିଶା ଚୁନା କରିଛ ଓଡ଼ିଶାରେ ସୋନାର୍ ବାଙ୍ଗଲା ଗାଥା ଗାନ କରୁଛ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର ପୋଲିସ ଓ ଜିଲ୍ଲା ପ୍ରସାଶନ ଶାସକ ଦଳ ପାଖରେ ବନ୍ଧା ପଡିବା ସହ ଗୃହ ବିଭାଗ ଅଚଳ ଅକାମୀ ଅବସ୍ଥା ରେ ବୋଲି ଭର୍ତ୍ସନା କରିବା ସହ। ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସତ୍ୟବଦୀ ବିଧାୟକ ଓ ପୁରୀ ସାଂସଦ ନିଜ ଅଞ୍ଚଳ ରେ ଘର ବୁଡ଼ି ପାଣି ଆଣ୍ଟୁଏ ହେଲେ ଆଜି ଯାଏଁ ଚେତା ପଶିଲା ନାହିଁ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପୁରୀ ମାଟି ହୋଇଥିଲେ ମଧ୍ୟ ନିଜ ଅଞ୍ଚଳରେ ସାଧାରଣ ଜନତା ଅସୁରକ୍ଷିତ ବେଳେ ଉପମଖ୍ୟମନ୍ତ୍ରୀ ଅନ୍ଧ ମୁକ ବଧିର ପାଲଟିଯିବା ଅତି ଦୁର୍ଭାଗ୍ୟଜନକ। ଜଗନ୍ନାଥ ଧାମରେ ସାଧାରଣ ଲୋକ ସୁରକ୍ଷିତ ନୁହନ୍ତି ଯେଉଁ ସ୍ଥାନ ରେ ପୋଲିସ ଓ ଜିଲ୍ଲା ପ୍ରଶାସନର କଡା କଡି ବ୍ୟବସ୍ଥା ରହିବା କଥା ସେ ସ୍ଥାନରେ ସବୁଠି ସବୁ ହୁଗୁଳା ପଡ଼ିଛି।ଆଉ କେତେ ଓଡ଼ିଶା ଲଜ୍ଜିତ ହେବ ପ୍ରଶ୍ନ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ଅପରାଧ ରୋକିବା ପାଇଁ special task force ଗଠନ ସହ କଠୋର ଆଇନ ଆଣନ୍ତୁ ବୋଲି ଶ୍ରୀମତୀ ପାତ୍ର କହିଛନ୍ତି। ମହିଳା କଂଗ୍ରେସ ମିଡ଼ିଆ ଅଧ୍ୟକ୍ଷ ଶ୍ରୀମତୀ ଜୟସ୍ମିତା ମହାନ୍ତି ମହିଳା ଅସୁରକ୍ଷିତ ସହ କିପରି ୨୧ ମାସରେ ରାଉରକେଲା ରେ ୨ ନାବାଳିକାଙ୍କୁ ଦୁଷ୍କର୍ମ, ଡେଙ୍କାନାଳ ଭାପୁର ରେ ମହିଳାଙ୍କୁ ଦୁଷ୍କର୍ମ ଏମିତି ତମାମ ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତର ବାସ୍ତବ ଚିତ୍ରକୁ ବଖାଣୁଛି କହି ନିନ୍ଦା କରିବା ସହ । ତୁରନ୍ତ ସରକାର କୁମ୍ଭକର୍ଣ୍ଣ ନିଦ୍ରା ରୁ ଉଠିନ୍ତୁ ବୋଲି କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar