ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାରକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉଦଘାଟନ କରିଛନ୍ତି l ଏହି ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ପାଠାଗାରରେ ଥିବା ସମ୍ବିଧାନ ପୁସ୍ତକର କିଛି ପୃଷ୍ଠା ପଢିବା ସହ ପାଠାଗାରର ପ୍ରଥମ ପାଠକ ଭାବେ ରେଜିଷ୍ଟରରେ ମନ୍ତବ୍ୟ ଲେଖିବା ସହ ଦସ୍ତଖତ କରିଥିଲେ l ରାଜସ୍ୱ ବିଭାଗରେ ଏହି ପାଠାଗାର ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବିକାଶ କରିବା ସହ ଉଭୟ ବ୍ୟକ୍ତିଗତ ଏବଂ ପ୍ରଶାସନିକ ସ୍ତରରେ ଖୁବ୍ ଉପଯୋଗୀ ହେବ ବୋଲି ମାନ୍ଯବର ରାଜସ୍ୱ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ l ଏହି ପାଠାଗାରରେ କମ୍ପ୍ୟୁଟର ମାଧ୍ୟମରେ ଡିଜିଟାଲ୍ ପାଠାଗାର ସୁବିଧା ଉପଲବ୍ଧ ହେବା ସହ ଓଡିଆ ଭର୍ଚୁଆଲ୍ ଏକାଡେମୀ ମାଧ୍ୟମରେ ବିଭିନ୍ନ ଅନନ୍ଯ ଓଡ଼ିଆ ସାହିତ୍ୟ ପୁସ୍ତକ ଉପଲବ୍ଧ କରାଯାଇଛି l

