ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀମାନଙ୍କର ସବୁ ଧାନ ଉଠାଇବେ । ଏନେଇ ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ୧୫ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିିଛନ୍ତି । ଏଯାବତ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିିଛି । ଚାଷୀଙ୍କ ଧାନ କିଣିବାକୁ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର ।

