Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

ONA Khabar 1 week ago

ନୂଆଦିଲ୍ଲୀ: ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୧୬୦ କିଲୋମିଟର ଲମ୍ବ ଉପକୂଳ ଜାତୀୟ ରାଜପଥ ନିର୍ମାଣ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)କୁନିଲାମକ୍ରେତାବାବିଡର୍ଙ୍କଠାରୁଉତ୍ସାହଜନକପ୍ରତିକ୍ରିୟାମିଳିଛି ।ଏନଏଚଏଆଇଦୁଇଟି ପ୍ୟାକେଜରେ ଏହି ପ୍ରକଳ୍ପ ପାଇଁ ନିଲାମ ଆହ୍ୱାନ କରିଥିଲା ଏବଂ ଉଭୟ ପ୍ୟାକେଜ ନିମନ୍ତେନିଲାମୀପ୍ରକ୍ରିୟାରେବହୁସଂଖ୍ୟକବିଡର୍ ଅଂଶଗ୍ରହଣକରିଛନ୍ତି ।

ପ୍ରକଳ୍ପର ପ୍ରଥମ ଭାଗ (ପ୍ୟାକେଜ୍ ୧) ଅଧୀନରେ, ରାମେଶ୍ୱରମ୍ ରୁ କୋଣାର୍କ ପର୍ଯ୍ୟନ୍ତ ୭୯.୪କିଲୋମିଟର ଲମ୍ବା, ଚାରି ଲେନ୍ ବିଶିଷ୍ଟ, ଆକ୍ସେସ୍-କଣ୍ଟ୍ରୋଲ୍ଡ ରାସ୍ତା ପାଇଁ ୧୦ଟି ପ୍ରସ୍ତାବବାବିଡ୍ମିଳିଛି ।ଅନ୍ୟପଟେ ଦ୍ୱିତୀୟ ଭାଗ (ପ୍ୟାକେଜ୍ ୨) ଅଧୀନରେ ୮୦.୭କିଲୋମିଟର ଲମ୍ବା, ଦୁଇ ଲେନ୍ ବିଶିଷ୍ଟପେଭ୍ଡ୍ ଶୋଲ୍ଡର୍ ରାସ୍ତା ପାଇଁ ସାତଟି ପ୍ରସ୍ତାବହସ୍ତଗତହୋଇଛି । ଏହା ନିଲାମୀରେଭାଗନେଇଥିବାଠିକାସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଓ ଆଗ୍ରହକୁ ପ୍ରତିଫଳିତ କରୁଛି। ପ୍ରକଳ୍ପଟି ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ)ରେଆବଣ୍ଟନ କରାଯିବ। ରାମେଶ୍ୱରମରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ପ୍ରକଳ୍ପକୁ ଆର୍ଥିକ ବ୍ୟାପାରସଂକ୍ରାନ୍ତ କ୍ୟାବିନେଟ କମିଟି ଜୁନ୍ ୨୦୨୬ରେ ମଞ୍ଜୁର କରିଥିଲା। ଏହାର ମୋଟ ପୁଞ୍ଜି ବ୍ୟୟ ୮,୩୦୦.୭୯କୋଟିଟଙ୍କା ଥିଲା। ନିର୍ମାଣ ସମୟରେ, ଏହି ପ୍ରକଳ୍ପ ୫୩.୬ଲକ୍ଷ ପ୍ରତ୍ୟକ୍ଷ ମାନବ ଦିବସ ଏବଂ ୬୭ଲକ୍ଷ ପରୋକ୍ଷ ମାନବ ଦିବସ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଘଣ୍ଟା ପ୍ରତି୧୦୦ କିଲୋମିଟରବେଗ ସହିତଡିଜାଇନହୋଇଥିବାଏହି ପ୍ରକଳ୍ପ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମି ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକୁ ସିଧାସଳଖ ଏବଂ ଦ୍ରୁତ ସଂଯୋଗ ପ୍ରଦାନ କରିବ । ଏହା ରାମେଶ୍ୱରମ୍ ଏବଂ ପାରାଦୀପ ମଧ୍ୟରେଯାତ୍ରା ସମୟକୁ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ପର୍ଯ୍ୟନ୍ତ ହ୍ରାସ କରିବାରେ ସାହାଯ୍ୟ କରିବ।

ଏହିଉପକୂଳ ରାଜପଥର ରାମେଶ୍ୱରମ୍-ପାରାଦୀପ ସେକ୍ସନ୍ ଏନଏଚ-୧୬ ଏବଂ ଏନଏଚ-୩୧୬ର ଏକ ବିକଳ୍ପ ମାର୍ଗ ପ୍ରଦାନ କରିବ । ଏହା ପୁରୀ, କୋଣାର୍କ, ପାରାଦୀପ ବନ୍ଦର, ପ୍ରସ୍ତାବିତପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯୋଗାଯୋଗରେ ଉନ୍ନତି ଆଣିବ। ଏହାଛଡ଼ାଅସ୍ତରଙ୍ଗ ଏବଂ ସୁବର୍ଣ୍ଣରେଖା ଭଳି ବିକାଶଶୀଳ ବନ୍ଦରକୁ ସୁଗମ ପରିବହନ ସୁବିଧା ପ୍ରଦାନ କରିବ ଏବଂ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାକୁ ଉନ୍ନତସଂଯୋଗୀକରଣ ପ୍ରଦାନ କରିବ। ବର୍ତ୍ତମାନରଏନଏଚ-୧୬ସ୍ୱର୍ଣ୍ଣ ଚତୁର୍ଭୁଜର ଏକ ଅଂଶ ଏବଂ ଏହା ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଭଳି ପ୍ରମୁଖ ସହର ଦେଇ ଯାଇଥାଏ। ସେହିପରିଏନଏଚ-୩୧୬ଭୁବନେଶ୍ୱରକୁ ପୁରୀ ଏବଂ ଏହାଠାରୁଆଗକୁ ସାତପଡ଼ା ଓ କୋଣାର୍କକୁ ଯୋଡ଼ିଥାଏ । ପୁରୀ-ସାତପଡ଼ା ଏବଂ ପୁରୀ-କୋଣାର୍କ ମାର୍ଗରେ କେବଳ ପ୍ରାୟ ୪୦ପ୍ରତିଶତ ରାସ୍ତା ନିର୍ମାଣ କରାଯାଇଛି ।ଏହିମାର୍ଗଦେଇଅଧିକସଂଖ୍ୟାରେସ୍ଥାନୀୟ ଲୋକଯାତାୟାତକରିଥା'ନ୍ତି । ତେଣୁ ଦ୍ରୁତ ଗତିରେ ଦୀର୍ଘ ଦୂରତା ଯାତାୟାତ ପାଇଁ ଏହାଅନୁପଯୁକ୍ତ ହୋଇପଡ଼ିଛି । ରାମେଶ୍ୱରମ୍-ପାରାଦୀପ କରିଡର ନିୟନ୍ତ୍ରିତ ପ୍ରବେଶ ସହିତ ଦ୍ରୁତଯୋଗାଯୋଗସୁବିଧା ପ୍ରଦାନ କରିବ । ଏହାଇନ୍ଧନ ବ୍ୟବହାର, କାର୍ବନ ନିର୍ଗମନ ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚ ହ୍ରାସ କରିବ । ଏଥିସହିତସହିତ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ ଏବଂ ସମଗ୍ର ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତକରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar