Dailyhunt
ରାତାରାତି ଇରାନ ଧ୍ୱଂସ ହୋଇଯିବ !

ରାତାରାତି ଇରାନ ଧ୍ୱଂସ ହୋଇଯିବ !

ONA Khabar 5 days ago

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ଚେତାବନୀ ଦେଇଛନ୍ତି ଯେ, ଯଦି ତାଙ୍କ ସର୍ତ୍ତ ପାଳନ ନକରେ ତେବେ ଗମ୍ଭୀର ପରିଣାମର ସମ୍ମୁଖୀନ ହୋଇପାରେ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ୧୦ ଦିନିଆ ସମୟସୀମା ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ସେ ହ୍ୱାଇଟ ହାଉସ ପ୍ରେସ ସମ୍ମିଳନୀରେ ଏହି ବିବୃତ୍ତି ଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି , ଇରାନକୁ ପରମାଣୁ ଅସ୍ତ୍ର ରଖିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ସେ ତାଙ୍କର ବିଜୟ ଦାବିକୁ ଦୋହରାଇଛନ୍ତି । ଯେତେବେଳେ ପଚରାଗଲା ଯେ, ସେ ଯୁଦ୍ଧ ଶେଷ କରିବାକୁ ଚାହୁଁଛନ୍ତି,ଟ୍ରମ୍ପ କହିଥିଲେ ଏହା ସମ୍ପୂର୍ଣ୍ଣ ଭାବରେ ଇରାନର ପରବର୍ତ୍ତୀ ପଦକ୍ଷେପ ଉପରେ ନିର୍ଭର କରିବ । ସେ ଏହା ମଧ୍ୟ କହିଛନ୍ତି, ଇରାନ ପାଖରେ ଏବେ ବି କିଛି ସମୟ ବାକି ଅଛି, କିନ୍ତୁ ସମୟସୀମା ଶେଷ ହେବା ପରେ ପରିସ୍ଥିତି ବହୁତ ଗମ୍ଭୀର ହୋଇପାରେ । ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୁଁ ନିଶ୍ଚିତ ନୁହେଁ ଯେ, ଇରାନର ମାଇନ୍ ବିଛାଇବାର କ୍ଷମତା ଅଛି କି ନାହିଁ । ସେ ଇରାନ ଉପରେ ଦୀର୍ଘ ସମୟ ଧରି ଅନ୍ୟ ଦେଶମାନଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ କରିଛନ୍ତି ।ଆମେରିକା ସେନାର ଏକ ଯୋଜନା ଅଛି ଯାହା ଦ୍ବାରା କିଛି ଘଣ୍ଟା ମଧ୍ୟରେ ଇରାନର ସେତୁ ଏବଂ ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଅକ୍ଷମ କରାଯାଇପାରିବ । ସେ ଏହା ମଧ୍ୟ କହିଛନ୍ତି, ଆମେରିକା ଏପରି କରିବାକୁ ଚାହୁଁନାହିଁ, ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ କରାଯିବ । ସେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକରୁ ଇରାନ ନୁହେଁ, ଆମେରିକାକୁ ଟୋଲ୍ ଆଦାୟ କରିବାର ଅଧିକାର ରହିବା ଆବଶ୍ୟକ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar