ନୂଆଦିଲ୍ଲୀ: ଆରବିଆଇ ପୁଣିଥରେ ନୀତିଗତ ସୁଧ ହାର, ରେପୋ ହାରକୁ ଅପରିବର୍ତ୍ତିତ ରଖିଛି । ଏହାକୁ ୫.୨୫% ସ୍ଥିର ରଖାଯାଇଛି । ଆରବିଆଇ ସଞ୍ଜୟ ମାଲହେତ୍ରା ଆଜି ମୁଦ୍ରାନୀତି କମିଟିକୁ ଏହାର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇ ଏହା ଘୋଷଣା କରିଛନ୍ତି । ଏହା ଚଳିତ ଆର୍ଥିକ ବର୍ଷରେ ଏମପିସିର ପ୍ରଥମ ବୈଠକ ଏବଂ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ବୈଠକ ।

