ଭଦ୍ରକ: ରିଲ୍ସ ନିଶାରେ ପାଗଳ ହେଲେଣି ଯୁବପିଢି । ଗୋଟିଏ ଲାଇକ ବଟନ ପାଇଁ ଜୀବନକୁ ବାଜି ଲଗାଇ ରିଲ୍ସ କରୁଛନ୍ତି ଲୋକେ । ଏମିତି କିମିଆ କରୁଛି ରିଲ୍ସ ଯେ, ନଦୀକୁ ଡେଇଁବାକୁ ବି ପଛେଇଲେନି । ରିଲ୍ସ ପାଇଁ ନଦୀକୁ ଡେଇଁ ପଡିଲେ ଦୁଇ ଯୁବକ । ଭଦ୍ରକ ପୁରୁଣା ବଜାର ଥାନା ସନ୍ଥିଆ ବ୍ରିଜ ନିକଟରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ ।

