Monday, 21 Oct, 3.43 pm ONA Khabar

ହୋମ
ରୋଗୀଙ୍କ ସମ୍ପର୍କୀୟଙ୍କୁ ଭିମସାର ଡାକ୍ତରୀ ଛାତ୍ରଙ୍କ ମାଡ଼

ଭୁବନେଶ୍ୱର (ଓଏନଏ): ବିଭିନ୍ନ ସମୟରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହେଉଛି । ହେଲେ ଏବେ ବିପରୀତ ଘଟଣା ଦେଖାଯାଇଛି । ଡାକ୍ତରମାନେ ମିଳିମିଶି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ନିସ୍ତୁକ ପିଟୁଛନ୍ତି । ଏ ସମ୍ପର୍କୀୟତ ଏକ ଭିଡ଼ିଓ ଭାଇରାଲ ହୋଇଛି । ଏଭଳି ଘଟଣା ଘଟିଛି ବୁର୍ଲା ଭିମସାରରେ । ଡାକ୍ତରମାନେ କିଭଳି ଦାଦାଗିରି ଦେଖାଇଛନ୍ତି ତାହାର ଭିଡ଼ିଓ ଏବେ ଚାରିଆଡ଼େ ଘୁରି ବୁଲୁଛି । ଡାକ୍ତରଙ୍କ ଅଭିଯୋଗ ଅନୁସାରେ ସମ୍ପର୍କୀୟ ଜଣଙ୍କ ଆସି ଦାଦାଗିରି ଦେଖାଇଥିବାରୁ ସେମାନେ ତାକୁ ରୋକିଛନ୍ତି । ଭିଡିଓରେ ଯାହା ଦେଖାଯାଉଛି ସେଥିରେ ଜଣେ ଯୁବକଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଡାକ୍ତରମାନେ ତାଙ୍କୁ କାନଧରି ଉଠାବସା କରାଯାଉଛନ୍ତି । ମାଡ଼ ମାରି ତାଙ୍କ ମୁହଁ ଫୁଲାଇ ଦେଇଛନ୍ତି । ତାଙ୍କ ସାର୍ଟକୁ ଚିରି ଦେଇଛନ୍ତି । ତାଙ୍କୁ ଜଣେ ଡାକ୍ତଙ୍କ ଗୋଡ଼ ଧରି ଭୁଲ ମାଗିବାକୁ କୁହାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏ ସବୁ ଘଟଣା ଘଟୁଛି ପୁଲିସକର୍ମଚାରୀମାନଙ୍କ ଉପସ୍ଥିତିରେ । ପୁଲିସ ସେଠି ନିରୂପାୟ ହୋଇ ନିରବଦ୍ରଷ୍ଟା ସାଜିଛି । ଡାକ୍ତରମାନଙ୍କ ଆଗରେ ପୁଲିସ ସମ୍ପୂର୍ଣ୍ଣ ନିଶହାୟ ହୋଇ ପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଭିଡିଓରେ ଡାକ୍ତରଙ୍କ ରୋଷର ଶିକାର ହୋଇ ମାଡ଼ ଖାଉଥିବା ଯୁବକଙ୍କ ବାପାଙ୍କୁ ଗତକାଲି ବୁର୍ଲାର ଏକ ଘରୋଇ ମେଡିକାଲ ପଠାଯାଇଥିଲା । ସେଠି ସେ ଚିକିତ୍ସିତ ହେଉଥିଲେ । ଭିମ୍‌ସାର ଜଣେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ ସମ୍ପୃକ୍ତ ରୋଗୀଙ୍କର ଚିକିତ୍ସା କରୁଥିଲେ । ତେବେ ଆଜି ସକାଳେ ୨ ଜଣ ଅଭିଯୁକ୍ତ ଯୁବକ ଆଉଟ ଡୋରରେ ଡ୍ୟୁଟି କରୁଥିବା ସହକାରୀ ପ୍ରଫେସର ପାଟ୍ଟଯୋଶୀଙ୍କୁ ଆଶୀ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରାଯାଇଛି । ଏହାକୁ ନେଇ ଭିମସାର କଲେଜ ପରିସରରେ ଉତେଜନା ପ୍ରକାଶ ପାଇଥିଲା । ଡାକ୍ତର ଛାତ୍ରମାନେ ଏକାଠି ହୋଇ ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ । ସେମାନଙ୍କ ମଧ୍ୟରୁ ପୁଲିସ ଜଣକୁ ଗିରଫ କରିଛି । ଅନ୍ୟ ଜଣେ ଖସିଯାଇଥିବାରୁ ତାକୁ ଗିରଫ କରିବା ପାଇଁ ଡାକ୍ତରମାନେ ଦାବି କରୁଛନ୍ତି ।
ଅନ୍ୟ ପଟରେ ମାଡ଼ ଖାଇଥିବା ଯୁବକଙ୍କ ପରିବାର ପକ୍ଷରୁ ଅଭିଯୋରେ ଦର୍ଶାଯାଇଛି ଯେ, ତାଙ୍କ ପରିବାରର ଜଣକୁ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ଭିମ୍‌ସାର ଡାକ୍ତର ପାଟ୍ଟଯୋଶୀଙ୍କ ପରାମର୍ଶକ୍ରମେ ସେ ଭର୍ତି ହୋଇଛନ୍ତି । ପାଟ୍ଟଯୋଶୀ ସେଠାରେ ତାଙ୍କୁ ଚିକିତ୍ସା କରୁଛନ୍ତି । ଆଜି ସକାଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ବଲପୁର ଏସପି କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ଏଥିରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା.

ବଲାଙ୍ଗିର କରାଟେ ସ୍କୁଲର ସଫଳତା

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top