ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଏଲପିଜି ବଦଳରେ ଏବଂ ପାଇପ ଯୋଗେ ପିଏନଜି ଯୋଗାଇ ଦିଆଯିବ । ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସହରାଞ୍ଚଳରେ ପିଏନଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି ।

