ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅର୍ନ୍ତଗତ ବିରୁଆ ସେରଗଡ ରାସ୍ତା ମଝିରେ ଶନିବାର ଏକ ଇଣ୍ଡିକା କାର ଜଣେ ସାଇକେଲଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଏକ ଗାଡିକୁ ସେରଗଡ ଫାଣ୍ଡି ଟୋଲଗେଟ ନିକଟରୁ ଜବତ କରିଛି । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲେଶ୍ୱର ସହଦେବଖୁଂଟା ଥାନା ଅର୍ନ୍ତଗତ ବାଲିଆ ଅଂଚଳର ଗଦାଧର ମୁଖୀ । ଏନେଇ ସେରଗଡ ଫାଣ୍ଡି ପୁଲିସ ଶବକୁ ଜବତ କରି ବ୍ୟବଛେଦ କରାଇଛି । ସୂଚନା ଅନୁସାରେ,ବାଲେଶ୍ୱର ସହଦେବଖୁଂଟା ଥାନା ଅର୍ନ୍ତଗତ ବାଲିଆ ଅଂଚଳର ଗଦାଧର ଶନିବାର ସକାଳେ ସାଇକେଲ ଯୋଗେ ସେରଗଡକୁ କାମ କରିବା ପାଇଁ ଯାଉଥିଲା । ଏହି ସମୟରେ ବିରୁଆ ଛକ ଠାରେ ଡବ୍ଲ୍ୟୁ ବି ୨୪ୱାଇ୩୮୦୭ ନମ୍ବର ବିଶିଷ୍ଠ ଏକ ଇଣ୍ଡିକା କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ।