Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସମ୍ପର୍କୀୟ ଶଳାର ମାଡ଼ରେ ଭିଣେଇ ମୃତ

ସମ୍ପର୍କୀୟ ଶଳାର ମାଡ଼ରେ ଭିଣେଇ ମୃତ

ONA Khabar 1 week ago

ଡ଼ପୋଷ: ସମ୍ପର୍କୀୟ ଶଳାର ବାରିସୀ ଓ ବାଡ଼ି ମାଡରେଭିଣେଇ ମୃତ। ଘଟଣା ଘଟିଛି ସମ୍ବଲପୁରଜିଲ୍ଲା ଗୋବିନ୍ଦପୁର ଥାନା ମସନିକାନୀ ଗାଁରେ। ଗାଁ ଦାଣ୍ଡରେ ବାଡ଼ି ମଗାକୁ ନେଇ ଉଭୟ ସମ୍ପର୍କୀୟ ଶଳାଓ ଭିଣେଇ ମଧ୍ୟରେ ଯୁକ୍ତିତର୍କ ହୋଇ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସମ୍ପର୍କୀୟ ଶଳାକୁ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଥିବା ବେଳେ, ପୁଲିସ ଅଧିକ ତଦନ୍ତ କରୁଛି।

ମୃତକ ଭିଣେଇ ହେଲେ ଚାରଲେସ ଲୁଗୁନ (୫୮)। ହତ୍ୟା ପରେ ମୃତକଙ୍କ ପରିବାର ପକ୍ଷରୁ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଗୋବିନ୍ଦପୁର ଆଇଆଇସି ପଦ୍ମାଳୟା ସାହୁ ଅନ୍ୟ କର୍ମଚାରୀଙ୍କ ସହ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି। ସାଇଣ୍ଟିଫିକ୍ ଦଳ ପହଞ୍ଚି ଅଧିକ ନମୁନା ସଂଗ୍ରହ କଲା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଗୋବିନ୍ଦପୁର ମେଡିକାଲକୁ ସ୍ଥାନାନ୍ତର କରା ଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar