ନୂଆଦିଲ୍ଲୀ: ସରିଲା ପ୍ରଚାର । ଆସନ୍ତାକାଲି ତିନି ରାଜ୍ୟରେ ପଡିବ ଭୋଟ । ଆସାମ, କେରଳ, ପୁଡୁଚେରୀରେ କାଲି ଭୋଟ ଗ୍ରହଣ ହେବ । ଏହି ତିନି ବିଧାନସଭା ନିର୍ବାଚନ ପାଇଁ ସାର୍ବଜନିକ ପ୍ରଚାର ଗତକାଲି ଶେଷ ହୋଇଛି । ତିନି ରାଜ୍ୟବାସୀନ୍ଦା ଆସନ୍ତାକାଲି ଭୋଟ ଦେବେ । ଗୁରୁବାର ଆସାମର ୧୨୬ ଆସନ, କେରଳର ୧୪୦ ଆସନ ଏବଂ ପୁଡୁଚେରୀର ୩୦ ଆସନରେ ଏକ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

