Dailyhunt
ଶନିବାର ବନ୍ଦ ରହିବ ହାଇକୋର୍ଟ

ଶନିବାର ବନ୍ଦ ରହିବ ହାଇକୋର୍ଟ

ONA Khabar 5 years ago

ଭୁବନେଶ୍ୱର : ଶନିବାର ହାଇକୋର୍ଟ ବନ୍ଦ ରହିବ । କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ । ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ 29ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିଭଳି ଭାବେ କାର୍ଯ୍ୟଦିବସ ଥିବା ସମସ୍ତ ଶନିବାର ଦିନ ରାଜ୍ୟର ସମସ୍ତ ସବ୍‌ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟ୍ରିବୁନାଲ ଓ ଏ ସମ୍ପର୍କିତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ପୂର୍ବରୁ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଶନିବାର କୋର୍ଟ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା କରିଥିଲେ। ସେତେବେଳେ ହାଇକୋର୍ଟ ଜେନେରାଲଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଚଳିତ ମାସର ପ୍ରତି ଶନିବାର ହାଇକୋର୍ଟ, ଏହାର ରେଜିଷ୍ଟ୍ରି, ଅନ୍ୟାନ୍ୟ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଏବଂ ଏହାର କାର୍ଯ୍ୟାଳୟ ଆଦି ସବୁ ବନ୍ଦ ରହିବ।

ତେଣୁ ଯେଉଁ ଲୋକମାନଙ୍କର କୋର୍ଟ ଜନିତ କିଛି କାମ ରହିଥାଏ, ତେବେ ସେମାନେ ସୋମବାରରୁ ଶୁକ୍ରବାର ଭିତରେ କୋର୍ଟ କାମ କରାଇପାରିବେ ବୋଲି ନିର୍ଦେଶ ରହିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar