ନୂଆଦିଲ୍ଲୀ : ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ପରେ ଆଜି ନୂତନ ମନ୍ତ୍ରିମଣ୍ଡଳର ଘୋଷଣା କରାଯାଇଛି । ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ ଟିମରେ ୨୪ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ୨୪ ଜଣ ମନ୍ତ୍ରୀଭାବେ ଆଜି ଶପଥ ନେଇଛନ୍ତି । ଯେଉଁଥିରେ ୯ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୧୫ ଜଣ ରାଜ୍ୟ ମନ୍ତ୍ରୀ ଶପଥ ରହିଥିବାର ସୂଚନା ମିଳିଛି ।