Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ପରେ ସ୍ୱାଭାବିକ ହେଲା ସର୍ବସାଧାରଣ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ପରେ ସ୍ୱାଭାବିକ ହେଲା ସର୍ବସାଧାରଣ ଦର୍ଶନ

ONA Khabar 2 weeks ago

ପୁରୀ: ଭିତର କାଠରେ କଂଖାର ପଡିଥିବାରୁ ବଡ଼ ମହାସ୍ନାନ । ଶ୍ରୀମନ୍ଦିର ଭିତର କାଠରେ ଜନୌକ ବ୍ୟକ୍ତି କଂଖାର ପକାଇଥିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହେଉଅଛି । ଏଥିପାଇଁ ସାଧାରଣ ଦର୍ଶନ ପ୍ରାୟ ୧ ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପରମ୍ପରା ଅନୁଯାୟୀ ଚୂନପାଣି ପଡ଼ି ସୌଧ କରାଯିବା ପରେ ମହାପ୍ରଭୁଙ୍କ ପୁନଃ ଦର୍ଶନ ଆରମ୍ଭ ହେବ ।

ଏଥିପାଇଁ ଭକ୍ତ ମାନେ ବ୍ୟାରିକେଡ଼ ରେ ଅପେକ୍ଷା କରିଛନ୍ତି ।

ଶ୍ରୀମନ୍ଦିରରେ ସ୍ୱାଭାବିକ ହେଲା ସର୍ବସାଧାରଣ ଦର୍ଶନ ।ବଡ ମହାସ୍ନାନ ନୀତି ଯୋଗୁଁ ପ୍ରାୟ ଦେଢ଼ ଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ।ଭିତର କାଠ ନିକଟରେ ଖଙ୍କାର ପଡିଥିବାରୁ ଶ୍ରୀଜିଉ ମାନଙ୍କର ବଡ ମହାସ୍ନାନ ନୀତି ହୋଇଥିଲା।ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ଖଙ୍କାର ପଡିଥିବାରୁ ଦେଖିବାକୁ ମିଳିଥିଲା।୮ ଟା ୨୬ ରେ ମହାସ୍ନାନ ନୀତି ଲାଗିଥିବା ବେଳେ ୯ ଟା ୧୦ ରେ ଧୁଆ ଧୂଇ ହୋଇ ଚୂନ ପଡ଼ିବା ପରେ ପ୍ରାୟ ୯ ଟା ୫୦ ବେଳକୁ ମହାସ୍ନାନ ପୂଜା ଶେଷ ହୋଇଥିଲା ।ପରେ ସ୍ୱାଭାବିକ ହୋଇଛି ସର୍ବସାଧାରଣ ଦର୍ଶନ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar