Monday, 21 Oct, 3.11 pm ONA Khabar

ହୋମ
ଶ୍ୱଶୁର ଘର ଲୋକେ ଜ୍ୱାଇଁକୁ ପିଟିପିଟି ମାରିଦେଲେ !

ନୟାଗଡ଼ : ଶ୍ୱଶୁର ଘର ଲୋକେ ଜ୍ୱାଇଁକୁ ପିଟିପିଟି ମାରିଦେଲେ ଅଭିଯୋଗ ହୋଇଛି | ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ | ମୃତକ ହେଲେ ଖଣ୍ଡୁଗାଁର ଗଣେଶ ଦାସ। ତାଙ୍କୁ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଗଣେଶଙ୍କ ପରିବାର ଲୋକେ ଫତେଗଡ଼ ଥାନେରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଗଣେଶ ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଏକ ଔଷଧ ଦୋକାନରେ କାମ କରୁଥିଲେ। ସେଠାରେ ପତ୍ନୀ ଏବଂ ପାଞ୍ଚ ବର୍ଷର ଝିଅ ସହ ରହୁଥିଲେ। କୌଣସି କଥାକୁ ନେଇ ଗଣେଶଙ୍କର ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା। ଏନେଇ ଗଣେଶଙ୍କ ସ୍ତ୍ରୀ ଗତ ଦେଢ଼ ମାସ ତଳେ ତାଙ୍କ ବାପ ଘର ବାଦଭୂଇଁକୁ ପଳାଇ ଯାଇଥିଲେ।
୧୫ ଦିନ ପୂର୍ବେ ଗଣେଶ ପତ୍ନୀଙ୍କୁ ବୁଝାସୁଝା କରି ନେଇ ଯିବାକୁ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ଶ୍ୱଶୁର ଘର ଲୋକେ ମାରପିଟ୍ କରିଥିଲେ। ଗଣେଶ ନିଜ ଜୀବନ ବଞ୍ଚାଇ ବାଇକ୍ ଛାଡ଼ି ପଳାଇ ଆସିଥିଲେ।
ଗତ ଶନିବାର ଶ୍ୱଶୁର ଘର ଲୋକେ ବାଇକ୍ ନେଇ ଯିବାକୁ ଗଣେଶଙ୍କୁ ଡକାଇଥିଲେ। ଗଣେଶ ଶ୍ୱଶୁର ଘରେ ପହଞ୍ଚିବା ପରେ ତାଙ୍କୁ ପୁଣି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା.

ବଲାଙ୍ଗିର କରାଟେ ସ୍କୁଲର ସଫଳତା

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top