ମାଲକାନଗିରି: ଅନେକ ସମୟରେ ଭାଲୁ ଆତଙ୍କ ଦେଖିବାକୁ ମିଳେ । ଏହା ସହ ଭାଲୁ କେତେକ ଲୋକଙ୍କୁ ମଧ୍ୟ ଆକ୍ରମଣ କରୁଥିବା ଜଣାପଡିଛି । ତେବେ ଏଭଳି ଏକ ଘଟଣା ମାଲକାନଗିରିରେ ଦେଖିବାକୁ ମିଳିଛି । ଏବେ ମାଲକାନଗିରି ବାସିନ୍ଦା ଭୟଭୀତ ଥିବା ଜଣାପଡିଛି । ମାଲକାନଗିରି ମାଥିଲିରେ ଦୁଇଦିନ ହେବ ଭାଲୁ ଆତଙ୍କ ଦେଖା ଦେଇଛି । ଖଇରପୁଟ ବ୍ଲକ ଗୋବିନ୍ଦପାଲି ଏସସିଏସଟି ସ୍କୁଲ ପରିସରକୁ ଜଙ୍ଗଲ ପଟୁ ଗତକାଲି ରାତି ୧୦ଟା ରେ ୩ଟି ଜଙ୍ଗଲୀ ଭାଲୁ ପଶି ଆସିଥିଲେ । ବାରମ୍ବାର ସ୍କୁଲ ପରିସରକୁ ଏପରି ଜଙ୍ଗଲୀ ଭାଲୁ ପଶି ଆସିଥିବା ଦେଖି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଛି । କିଛି ଛାତ୍ରଛାତ୍ରୀ ଭାଲୁକୁ ଦେଖି ଭୟଭୀତ ହୋଇ ଲୁଚି ପଡ଼ିଥିବା ବେଳେ ଅନ୍ୟ କିଛି ଛାତ୍ର ଭାଲୁକୁ ଦେଖି ଘଉଡାଇବାକୁ ଉଦ୍ୟମ କରିଥିଲେ । ପିଲାଙ୍କ ପାଟି ଓ ପଥରମାଡ ଦେଖି ୩ଟି ଭାଲୁ ସ୍କୁଲ ପରିସରରୁ ଗେଟ ଡେଇଁ ପଳାଇଥିଲେ ।