Wednesday, 28 Aug, 1.11 pm ONA Khabar

ଓଡ଼ିଶା
ସୋନପୁର ପୋଲିସକୁ ମିଳିଲା ସବୁଠୁ ବଡ଼ ସଫଳତା

ସୋନପୁର: ସୋନପୁର ଜିଲ୍ଲାରେ ତଥା ଜିଲ୍ଳା ସଦର ମହକୁମା ସୋନପୁର ସହର ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ଅହେତୁକ ଭାବେ ବୃଦ୍ଧି ପାଇଛି । ଚଳିତ ବର୍ଷ ବହୁ ପରିମାଣରେ ହତ୍ୟା ଘଟଣା ଘଟିଥିବା ବେଳେ ପୋଲିସ କିଛି ସଫଳତା ପାଇଥିବା ବେଳେ ଅନେକ ମାମଲାରେ ପୋଲିସ ଟେର ପାଉନାହିଁଁ । ତେବେ ଗତକାଲି ରାତିରେ ସୋନପୁର ପୋଲିସକୁ ଏଯାଏଁ ସବୁଠୁ ବଡ଼ ସଫଳତା ମିଳିଛି । ସୋନପୁର ବିନିକା ରାସ୍ତାରେ ପୋଳିସ ରାତ୍ରିକାଳିନ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ସୋନପୁର ପୋଲିସ ସୋନପୁର ରୁ ସରଧାପାଲି ଦେଇ ବିନିକାକୁ ଯାଇଥିବା ରାସ୍ତାରେ ପୂର୍ବପ୍ରସ୍ତୁତି ହୋଇ ଚଢାଉ କରିବାକୁ ଯାଇଥିଲା । ସୋନପୁର ଥାନାର ସବ୍ ଇନିସ୍ପେକ୍ଟର ସୁବ୍ରତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଚଢାଉରେ ଯାଇଥିବା ବେଳେ କଳାପଥର ଛକ ନିକଟରେ ୫ଜଣ ଆନ୍ତଃ ରାଜ୍ୟ ଡ଼ାକାୟତରେ ସମ୍ପୃକ୍ତ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି କଳାରଙ୍ଗର ମୁଖା ପିନ୍ଧି ଏକ ବଡ ଡ଼କାୟତି କରିବାର ଯୋଜନାରେ ରହିଥିଲେ । ତେବେ ୫ଜଣ ଡ଼କାୟତଙ୍କ ମଧ୍ୟରୁ ୩ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ୨ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ଆଜି ଏକ ସାମ୍ବାଦିକ ସମ୍ମଳିନୀରେ ଆଇଆଇସି ଲୋକେଶ୍ୱର ସାହୁ ସନ୍ଧ୍ୟା ୫ଟାରେ ସୋନପୁର ଥାନାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ତେବେ ଆନ୍ତଃରାଜ୍ୟ ଡ଼ାକାୟତ ଦଳର ୩ଜଣଙ୍କୁ ପୋଲିସ କାବୁ କରିବା ପରେ ସୋନପୁର ଥାନାକୁ ଆଣି ପଚରାଉଚରା କରିବା ସହିତ ଅନ୍ୟ ଅଭିଯୁକ୍ତଙ୍କ ନାମ ସେମାନେ ପ୍ରକାଶ କରିନଥିଲେ । ସୋନପୁର ପୋଲିସ ଏ ସମ୍ପର୍କରେ ସୋନପୁର ଥାନାରେ ଏକ ମାମଲା କେଶ ୧୪୨/୨୦୧୯ ଦ'ା ୩୯୯/୪୦୨ ଏବଂ ୨୫ ଆର୍ମ୍ସ ଆକ୍ଟରେ ରୁଜୁ କରିଛି । ତେବେ ଧାରାପଡ଼ିଥିବା ୩ଜଣ ଅଭିଯୁକ୍ତ ରାଜ୍ୟ ବାହାରର ବୋଲି ସୂଚନା ଦେଇଛି । ଅଭିଯୁକ୍ତମାନେ ହେଲେ ମ୍ମପ୍ରଦେଶର (୧)ସଂଜୟ ବନସ୍କର ଓରଫ ବେସର(୨୦), ପିତା ସ୍ୱର୍ଗତ ରାଜୁ ବନସ୍କର ଓରଫ ବେସର,(୨) ସୁରଜ ବନସ୍କର ଓରଫ ବେସର(୧୯) ପିତା ଜାମ୍ନା ଓରଫ ବୁଡ଼ୁ ବନସ୍କର ଓ ବେସର,(୩) ଭୁପେନ୍ଦ୍ର ଓରପ ଛୋଟୁ ଚୌଧୁରୀ ଓରଫ ଚମାର(୧୯) ପିତା- ହରି ଚୌଧୁରୀ ଓରଫ ଚମାର ସମସ୍ତେ ସଂଘ୍ରମ୍ପୁର ଗ୍ରାରମ ହୋଇଥିବା ବେଳେ ସମସ୍ତଙ୍କ ସହସିଲ ଜେବେରା,ଜିଲ୍ଳା -ଦାମହୋ ଅଟେ ବୋଲି ପୋଲିସ ସୂଚନା ଦେଇଛି । ତେବେ ପୋଲିସ ମଧ୍ୟ ଗିରଫ ଅଭିଯୁକ୍ତମାନଙ୍କ ନାମ ଓ ଠିକଣା ପ୍ରତି ସମ୍ପୁର୍ଣ୍ଣ ଭାବେ ବିଶ୍ୱାସ କରି ପାରୁନାହାଁନ୍ତି । ତେବେ ଅଭିଯୁକ୍ତଙ୍କ ଠାରୁ ଏକ ଦେଶୀ ପିସ୍ତଲ, ଗୁଳି, ଏକ ଭୂଜାଲି, ଗୋଟିଏ ଜିଓ ମୋବାଇଲ,ନଗଦ ୨୨୭୫ଟଙ୍କା ଏବଂ ମୁହଁ ଢାଙ୍ଗିବା ପାଇଁ କଳାରଙ୍ଗର କନାରେ ନିର୍ମିତ ୫ଗୋଟି ମୁଖା ପୋଲିସ ଜବତ କରିବାରେ ସକ୍ଷମ ହୋଇଛି । ତେବେ ପୋଲିସ ସୁତ୍ରରୁ ପ୍ରକାଶ ଯେ, ସବଇନିସ୍ପେକ୍ଟର ସୁବ୍ରତ କୁମାର ପାଣିଗ୍ରାହୀ,କନେଷ୍ଟବଲ ନାରାୟଣ ଭୋଇ,କନେଷ୍ଟବଲ ବିମଲ ପ୍ରଧାନ ଏବଂ ମହିଳା କନେଷ୍ଟବଲ ଭାରତୀ ବେହେରା ଚଢାଉରେ ଭାଗ ନେଇଥିଲେ । ପୋଲିସ ପକ୍ଷରୁ ହୋଇଥିବା ଏହି ମାମାଲାର ତଦନ୍ତ ଅଧିକାରୀ ସୁବ୍ରତ କୁମାର ପାଣିଗ୍ରହୀ ରହିଛନ୍ତି ।

ଅନ୍ଧ ବାପର ନାବାଳିକା ଝିଅ ଗର୍ଭବତୀ, ପୁଲିସ ନିରବଦ୍ରଷ୍ଟା ସାଜିଛି

ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ କରୁଛି ପାକିସ୍ତାନ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top