Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁଭଦ୍ରା ଟଙ୍କାକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ସୁଭଦ୍ରା ଟଙ୍କାକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ONA Khabar 1 week ago

ଢେଙ୍କାନାଳ : ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ । ହତ୍ୟା ପରେ ଘର ପଛପଟ ଲାଟ୍ରିନ୍‌ ଟାଙ୍କିରେ ମୃତଦେହକୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଜୁଆଙ୍ଗ ସାହିରେ ଚାଞ୍ଚଲ୍ୟ ଖେଳିଯାଇଛି । ଅଭିଯୋଗ ଅନୁସାରେ, ସୁଭଦ୍ରା ଟଙ୍କା ନଦେବାକୁ ନେଇ ମଦ୍ୟପ ସ୍ୱାମୀ ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲେ ।

ଏହାପରେ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ସ୍ୱାମୀ ମାଡ଼ ମାରିବାରୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି ।ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ମୃତଦେହକୁ ଘର ପଛପଟ ଲାଟ୍ରିନ୍‌ ଟାଙ୍କିରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ ସିନ୍‌ ରିକ୍ରିଏସନ୍‌ କରିଛି। ଘଟଣାର ପ୍ରକୃତ କାରଣ ଓ ହତ୍ୟାର ପୂରା ପୃଷ୍ଠଭୂମି ଜାଣିବା ପାଇଁ ପୁଲିସର ଛାନଭିନ୍‌ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar