ଗଞ୍ଜାମ: ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼ । ଗଞ୍ଜାମରେ ପୁଣି ଫୁଟିଲା ବନ୍ଧୁକ । ଅଶାନ୍ତ ପାଟପୁର ଥାନା ଅଞ୍ଚଳ ଡେଙ୍ଗାଓସ୍ତା । ଡେଙ୍ଗାସ୍ତାର ସୁନା ଦୋକାନୀ ଶ୍ରୀ ଦୁର୍ଗା ଜ୍ୱେଲର୍ସର ମାଲିକ ପବିତ୍ର ବିଷୋୟୀଙ୍କୁ ଗୁଳି ମାଡ଼ ହୋଇଛି । ଗତକାଲି ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବାଟରେ ଛକି ରହିଥିଲେ ଦୁର୍ବୃତ୍ତ । ପିଛା କରି ଅଳ୍ପ ରାସ୍ତା ଯିବା ପରେ ହଠାତ ତାଙ୍କ ଉପରକୁ ତିନିଟି ଗୁଳି ଚଳାଇଥିଲେ ଅଭିଯୁକ୍ତ ।

