Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତାଇୱାନରେ ବାଲୁକା କଳା ପ୍ରଦର୍ଶନୀରେ ଭାଗନେବେ ଓମ ପ୍ରକାଶ

ତାଇୱାନରେ ବାଲୁକା କଳା ପ୍ରଦର୍ଶନୀରେ ଭାଗନେବେ ଓମ ପ୍ରକାଶ

ONA Khabar 3 weeks ago

ନୂଆଦିଲ୍ଲୀ: ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣି ଥରେ ନିମନ୍ତ୍ରିତ ହୋଇଛନ୍ତି କଳାହାଣ୍ତି କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ । ଶ୍ରୀ ସାହୁଙ୍କ ସ୍ୱତନ୍ତ୍ର ଶୈଳୀ ପାଇଁ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ବାଲୁକା କଳା ଆଦୃତି ଲାଭ କରୁଛି ।ନିକଟ ଅତୀତରେ ଭାରତୀୟ ଦୂତାବାସ ଆନୁକୂଲ୍ୟରେ ଏଲିସ୍ତାଠାରେ ଅନୁଷ୍ଠିତ ଭାରତ ଉତ୍ସବରେ ସେ ବୃଦ୍ଧଙ୍କର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।

ଗତବର୍ଷ ତାଇୱାନରେ ଅନୁଷ୍ଠିତ ଉକ୍ତ ବାଲୁକା କଳା ପ୍ରଦର୍ଶନରେ ମଧ୍ୟ ଓଡ଼ିଶାର ଜନଜାତିଙ୍କ ଉପରେ ଆଧାରିତ ତାଙ୍କର ବାଲୁକା କଳାର ନିଖୁଣ ପ୍ରଦର୍ଶନ ପାଇଁ ପୁଣିଥରେ ସେ ନିମନ୍ତ୍ରିତ ହୋଇଥିଲେ । ଏଥିରେ ସେ ପଶ୍ଚିମ ଓଡ଼ିଶାର ନୂଆଁଖାଇ ଉପରେ କଳା ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି । ଉକ୍ତ ପ୍ରତିଯୋଗିତାରେ ଭାରତରୁ ଶ୍ରୀ ସାହୁଙ୍କ ସମେତ ତାଇୱାନ, ଚାଇନା, ଇଟାଲୀ, କାନାଡା, ଜାପାନ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ସାଉଥ କୋରିଆ ଏଭଳି ନଅଟି ଦେଶରୁ ଶିଳ୍ପୀ ଭାଗ ନେବେ ବୋଲି ସୂଚନା ମିଳିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar