Monday, 21 Oct, 4.59 pm ONA Khabar

ହୋମ
ଟଙ୍କା ଡିଲ କରୁଥିବା ସମୟରେ ଏମିତି ହେଲା...

ମୟୂରଭଞ୍ଜ: ଏବେ ବି ଚାଲିଛି ବଜ୍ରକାପ୍ତାର ଚୋରା କାରବାର । ବଜ୍ରକାପ୍ତା କାତି ବିକ୍ରି ନିମନ୍ତେ ଡିଲ ହେଉଥିବା ବେଳେ ବନବିଭାଗ ହାବୁଡରେ ପଡିଛନ୍ତି ୬ଜଣ ବଜ୍ରକାପ୍ତା ବେପାରୀ । ଏଭଳି ଘଟଣା ଘଟିଛି ଉଦଳା ବନାଞ୍ଚଳରେ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ବୃନ୍ଦାଗଡି ଏବଂ ବାଲିଛତ୍ରା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବଜ୍ରକାପ୍ତା କାତି ବେପାର ପାଇଁ ଡିଲ ହେଉଥିଲା । ବନବିଭାଗ କର୍ମଚାରୀ ଗ୍ରାହକ ସାଜି ଏହି ଡିଲ କରୁଥିଲେ । ୩ଟି କାତି ୭ଲକ୍ଷ ଟଙ୍କାରେ ଡିଲ ହେବାବେଳେ ବନବିଭାଗ ୬ଜଣ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଚି । ଗିରଫ ବଜ୍ରକାପ୍ତା କାତି ବେପାରୀମାନେ ହେଲେ ନିଶିକାନ୍ତ ଜେନା, ସୁଦାମ ଖଣ୍ଡେଇ, ସୁକୁଲ ଟୁଡୁ, ଗୁରୁ ଚରଣ ବିନ୍ଧାଣୀ, ରବି ପାତ୍ର ଓ ପ୍ରଶାନ୍ତ କୁମାର ମିଶ୍ର ମିଶି ବଜ୍ରକାପ୍ତାର କାତି ବିକ୍ରି କରୁଥିବା ସୂଚନା ମିଳିଛି ।

ବେଆଇନ ପାର୍କିଂ ଫି ଆଦାୟ ଅଭିଯୋଗ : ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ନୋଟିସ

ମୃତ ଶିଶୁର ଜୀବନ ଫେରିପାଇବାକୁ ଏମିତି କଲେ ବାପା ମା', ଆଉ ତା'ପରେ..

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top