Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଠେଙ୍ଗାରେ ପିଟିପିଟି ଜଣଙ୍କୁ ହତ୍ୟା: ୩ ଗୁରୁତର

ଠେଙ୍ଗାରେ ପିଟିପିଟି ଜଣଙ୍କୁ ହତ୍ୟା: ୩ ଗୁରୁତର

ONA Khabar 1 week ago

ପାଟଣାଗଡ଼: ପାଟଣାଗଡ଼ରେ ଠେଙ୍ଗାରେ ପିଟିପିଟି ଜଣଙ୍କୁ ହତ୍ୟା, ୩ ଗୁରୁତର । ପାଟଣାଗଡ଼ ଥାନା ମଳିକମୁଣ୍ଡା ଗାଁରେ ଜଘନ୍ୟ ହତ୍ୟା । ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ଯୁବକଙ୍କ ସହ ଝିଅର ବିବାହ କରିବାକୁ ମନା କରିବାରୁ ଉତ୍ତେଜିତ ହୋଇ ଘର ଲୋକଙ୍କ ଉପରେ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ତିନିଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତମାନଙ୍କୁ ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ହେଉଛନ୍ତି ବିନୋଦ ସାହୁ । ହତ୍ୟା କରିଥିବା ବ୍ୟକ୍ତି ତୁରେକେଲା ବ୍ଲକ୍ ରାମୁଡ ଗାଁର ସୁରେନ୍ଦ୍ର ସାହୁ । ଘଟଣା ପରେ ଅଭିଯୁକ୍ତ ଓ ତାଙ୍କ ମାଆ ଫେରାର ଥିବା ସୂଚନା ମିଳିଛି । ପାଟଣାଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar