Saturday, 05 Oct, 2.27 pm ONA Khabar

ଓଡ଼ିଶା
ଟିଟୋର ସହଯୋଗୀ ସେକ୍ ଜାବିଦ ଗିରଫ

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ଟିଟୋର ନାଁ ଶୁଣିଲେ ଥରୁଥିଲା କେନ୍ଦ୍ରପଡାରୁ କଟକ । ସେ ବହୁ ଅପରାଧ,ରାହାଜାନି ଆଦି ଘଟଣାରେ ସାମିଲ ଥିବା ଜଣା ପଡିଥିଲା । ସୁଲେମନକୁ ହତ୍ୟା କରିଥିବା ପଛରେ ଟିଟୋର ମଧ୍ୟ ହାତ ଥିଲା । ଟିଟୋର କାହାଣୀ ବେଶ ଲମ୍ବା ।୧୯୮୯ ମସିହାରୁ ଫୁଟବଲ ପଡିଆରେ ମାରପିଟ ଧମକ ଚମକରୁ ଆରମ୍ଭ ହୁଏ ଟିଟୋର କ୍ରାଇମ କ୍ୟାରିୟର । ଆଳୁ ବେପାରୀରୁ ପାଲଟିଥିଲା ସେ ଗ୍ୟାଙ୍ଗଷ୍ଟାର । ଅଧିକ ଚାଲାକ ହେଇଥିବାରୁ ନିଜ ହିସାବରେ ସେ ଚଳାଏ ଅପରେସନ । ତେବେ ଏହି ଅପରାଧୀକୁ ଜେଲରେ ପୂରାଇବା ଲାଗି ୬ବର୍ଷର ଖେଳ ପରେ ଗିରଫ କରିଥିଲା ପୋଲିସ ।
ଏବେ ଯାଏଁ ମଧ୍ୟ ଟିଟୋର ସହଯୋଗୀଙ୍କୁ ପୋଲିସ ଖୋଜୁଥିବା ବେଳେ ଆଜି ସକାଳ ସାଢ଼େ ୯ଟାରେ ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ୍ ଜାବିଦକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି। ସେକ୍ ଜାବିଦ ଟିଟୋର ଡାହାଣ ହାତ ବୋଲି ଜଣାପଡ଼ିଛି। ସେକ୍ ଜାବିଦର ଘର କେନ୍ଦ୍ରାପଡ଼ାରେ। ସେ ଠିକାଦାର ଶିବ ପ୍ରସାଦ ପରିଡ଼ା ଅପହରଣ ମାମଲାର ମୁଖ୍ୟ କାର୍ପଟଦାର ଥିଲା। ବଟି ନ ଦେବାରୁ ଶିବ ପ୍ରସାଦଙ୍କୁ ଉଠାଇ ନେଇ ଟିଟୋ ଖଟିରେ ପିଟିଥିଲା ସେକ୍ ଜାବିଦ।

ଅସ୍ତରଙ୍ଗ ପାଲଟିଲା ରଣକ୍ଷେତ୍ର : ବାପା ଆଗରେ ପୁଅକୁ ହତ୍ୟା , ବାପା.

ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top