Dailyhunt
ଟ୍ରକକୁ ପିଟିଲା ହାଇୱା: ହେଲପର ମୃତ

ଟ୍ରକକୁ ପିଟିଲା ହାଇୱା: ହେଲପର ମୃତ

ONA Khabar 1 week ago

ବାଲେଶ୍ୱର: ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ ହୋଇଥିବା ସୂଚନା ମିଳିଛି l ସୂଚନା ମୁତାବକ, ଭୋର ସମୟରେ ରାଜପଥର ଯୁକନଣ୍ଡି ଛକ ନିକଟରେ ବାଲେଶ୍ୱରରୁ ଜଳେଶ୍ୱର ଆଡକୁ ଯାଉଥିବା ଏକ ଟ୍ରକ ପଛ ପଟୁ ଏକ ହାଇୱା ଧକ୍କା ଦେଇଥିଲା l ଘଟଣାସ୍ଥଳରେ ହାଇୱାର ହେଲପର ଚାନ୍ଦ କିସ୍କୁ (୩୪) ମୃତ୍ୟୁବରଣ କରିଥିବା ବେଳେ ଗାଡିର ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି l ରୂପସା ଥାନା ପୋଲିସ, ରାଜପଥ ପେଟ୍ରୋଲିଙ୍ଗ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar