Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯୁବକଙ୍କୁ ଆକ୍ରମଣ ପରେ ବେକରେ ରଶି ଲଗାଇ ଝୁଲିଲେ ମହିଳା

ଯୁବକଙ୍କୁ ଆକ୍ରମଣ ପରେ ବେକରେ ରଶି ଲଗାଇ ଝୁଲିଲେ ମହିଳା

ONA Khabar 3 weeks ago

ବାସୁଦେବପୁର: ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ମହିଳା ଜଣକ ନିଜ ବାଡିରେ ଥିବା ଗଛଡାଳରେ ରଶି ଲଗାଇ ଝୁଲିପଡିବା ଘଟଣା ସମଗ୍ର ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି । ଏମିତି ଘଟଣା ବାସୁଦେବପୁର ଥାନା ଅଧିନ ଜଗନ୍ନାଥପୁର ପଞ୍ଚାୟତ ଛକରେ ଘଟିଛି । ମିଳିଥିବା ସୂଚନା ମୁତାବକ, ଆଜକୁ ପନ୍ଦରଦିନ ପୁର୍ବରୁ ପଢୁଆଁ ପଞ୍ଚାୟତ ଭଣ୍ଡାରିଆ ଜେନାସାହିର ମନୋରଞ୍ଜନ ଜେନାଙ୍କ ସ୍ତ୍ରୀ ରଞ୍ଜିତାଙ୍କ ସହିତ ବଚ୍ଛଦା ଗ୍ରାମର ବିଶ୍ୱନାଥ ରାଉତଙ୍କ ପୁଅ ପ୍ରଫୁଲ୍ଲ(ବୁଲୁ)ସହ ଗୁପ୍ତ ସଂପର୍କକଥିବାକୁ ନେଇ ସ୍ୱାମୀ ମନୋରଞ୍ଜନ ସନ୍ଦେହ କରି ସ୍ତ୍ରୀକୁ ମାଡ ମାରିବା ସହିତ ପ୍ରଫୁଲ୍ଲକୁ ଗାଳିଗୁଲଜ କରିଥିଲେ ।

ଏହି ଘଟଣାକୁ ନେଇ ଉଭୟପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେହେଁ ପୋଲିସ ଏହି ଘଟଣାକୁ ହାଲୁକା ଭାବବରେ ଗ୍ରହଣ କରି ପ୍ରଫୁଲ୍ଲଙ୍କ ଅଭିଯୋଗ ଆଧାରକୁ ନେଇ ମାମଲା ଋଜୁ କରିଥିଲା ବେଳେ ମନୋରଞ୍ଜନ ଓ ତାର ସ୍ତ୍ରୀ ଥାନାକୁ ଦୈାଡି ଦୈାଡି ନୟାନ୍ତ ହୋଇଥିଲେହେଁ କୈାଣସି ସୁଫଳ ମିଳିନଥିଲା ବୋଲି କହିଛନ୍ତି।ଆଜକୁ ତିନିଧରି ଛକରେ ପ୍ରଫୁଲ୍ଲ ବିଭିନ୍ନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ସାମାଜିକ ଗଣମାଧ୍ୟମରେ ରଞ୍ଜିତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିବାକୁ ଖୋଲାଖୋଲି ଭାବରେ ଧମକ ଦେବା ପରେ ଆଜି ସକାଳ ସମୟରେ ସ୍ୱାମୀଙ୍କ ଅନୁପସ୍ଥିତରେ ରଞ୍ଜିତା ଧାରୁଆ ଅସ୍ତ୍ରରେ ପ୍ରଫୁଲ୍ଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଅଳ୍ପକେ ପ୍ରଫୁଲ୍ଲ ଜୀବନ ପାଇଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କୁହନ୍ତି । ଏହି ଆକ୍ରମଣ ପରେ ରଞ୍ଜିତା ନିଜ ବାଡିରେ ଥିବା ଗଛରେ ରଶି ଲଗାଇ ଝୁପଡିଥିଲେ । ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ଓ ପରେ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜାଣିବାକୁ ମିଳିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar