Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ୟୁକ୍ରେନର କିଏଭରେ ରୁଷିଆର ଭୟଙ୍କର ମିସାଇଲ୍-ଡ୍ରୋନ୍ ଆକ୍ରମଣ : ଜଣେ ଭାରତୀୟଙ୍କ ସମେତ ୧୨ ମୃତ

ୟୁକ୍ରେନର କିଏଭରେ ରୁଷିଆର ଭୟଙ୍କର ମିସାଇଲ୍-ଡ୍ରୋନ୍ ଆକ୍ରମଣ : ଜଣେ ଭାରତୀୟଙ୍କ ସମେତ ୧୨ ମୃତ

ONA Khabar 5 days ago

ନୂଆଦିଲ୍ଲୀ: ୟୁକ୍ରେନର ରାଜଧାନୀ କିଭ୍ ଓ ଏହାର ଆଖପାଖ ସହରଗୁଡ଼ିକ ଉପରେ ରୁଷିଆ ପକ୍ଷରୁ ଚାଲିଥିବା ଘନ ଘନ ଆକାଶମାର୍ଗ ଆକ୍ରମଣ ଅତ୍ୟନ୍ତ ଭୟାନକ ରୂପ ନେଇଛି। ଆଜି ମଙ୍ଗଳବାର ରୁଷୀୟ ସେନା ପକ୍ଷରୁ କ୍ରମାଗତ ଷଷ୍ଠ ଦିନ ପାଇଁ କରାଯାଇଥିବା ପ୍ରବଳ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଅତିକମରେ ୧୨ ଜଣ ନିରୀହ ନାଗରିକଙ୍କର ମୃତ୍ୟୁ ଘଟିଛି।ସମଗ୍ର କିଭ୍ ସହରରେ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ବହୁ ସଂଖ୍ୟକ ଆବାସିକ ଭବନ ଏବଂ ବେସାମରିକ ଭିତ୍ତିଭୂମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

ବହୁ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାରୁ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ସହ ନିଖୋଜ ଓ ଆହତମାନଙ୍କୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି।

ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏହି ବିଧ୍ୱଂସକାରୀ ଆକ୍ରମଣର ସୂଚନା ଦେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ ଲେଖିଛନ୍ତି ଯେ, ରୁଷିଆ ପକ୍ଷରୁ ପ୍ରଚୁର ପରିମାଣର ଜେଟ୍-ଚାଳିତ ଡ୍ରୋନ୍ ଓ ଶକ୍ତିଶାଳୀ ବାଲାଷ୍ଟିକ୍ ମିସାଇଲ୍ ବ୍ୟବହାର କରି ଜନବସତି ଅଞ୍ଚଳଗୁଡ଼ିକୁ ସୀଧାସଳଖ ନିଶାଣ କରାଯାଇଛି। ଏହି ସଂଘର୍ଷରେ ଜଣେ ଭାରତୀୟ ନାଗରିକ ପ୍ରାଣ ହରାଇଥିବା ସହ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହ ୟୁକ୍ରେନୀୟ ସେନା ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକ ଆହୁରି ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଜେଲେନସ୍କି କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar