ଭୁବନେଶ୍ୱର : ଅନଲକ-୨ର ଗାଇଡ଼ ଲାଇ୍ନ ଅନୁଯାୟୀ , ରାଜ୍ୟର ସମସ୍ତ ଡିଗ୍ରି କଲେଜ ଅଗଷ୍ଟ ୩୧ ଯାଏ ବନ୍ଦ ରହିବ । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିକଳ୍ପ ପାଠପଢ଼ା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବିଭାଗ ଅଧୀନରେ ଥିବା ସମସ୍ତ ଡିଗ୍ରି କଲେଜରେ ଆସନ୍ତା ୧୩ ତାରିଖଠାରୁ ଅନଲାଇନରେ ପାଠପଢ଼ା ଆରମ୍ଭ ହେବ। ଏ ସମ୍ପର୍କରେ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ଅଧ୍ୟାପକମାନେ କିଭଳି ଓ କେତେ ସମୟ ପଢ଼ାଇବେ, ସପ୍ତାହକୁ କେତୋଟି କ୍ଲାସ୍ ହେବ, ସେନେଇ ବିଭାଗ ପକ୍ଷରୁ ଆଜି ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କ ଗାଇଡ଼ ଲାଇ୍ନ ଜାରି ହୋଇଛି। ଗାଇଡ଼ ଲାଇ୍ନ ଅନୁଯାୟୀ, ଅତି ବେଶିରେ ୩୨ଜଣ ଲେଖାଏଁ ପିଲାଙ୍କୁ ନେଇ ହ୍ବାଟସ୍-ଆପ୍ ଓ ଇ-ମେଲ୍ ରେ ଗ୍ରୁପ୍ ଗଠନ କରାଯିବ।