ଭୁବନେଶ୍ୱର : ସାଧାରଣତଃ ଖାଦ୍ୟର ବାସ୍ନା ଓ ସ୍ୱାଦ ବଢ଼ାଇବା ପାଇଁ ଭୃଷଙ୍ଗ ପତ୍ରକୁ ବ୍ୟବହାର କରାଯାଇଥାଏ। ହେଲେ ଅଧିକାଂଶ ଲୋକ ଜାଣିନଥିବେ ଯେ ଏହି ପତ୍ରରେ ଖାଦ୍ୟର ବାସ୍ନା ବଢ଼ାଇବା ସହିତ ଔଷଧୀୟ ଗୁଣ ମଧ୍ୟ ଭର୍ପୁର। ଭିଟାମିନ ଏ, ବି, ସି, ଏମିନୋ ଏସିଡ୍, କ୍ୟାଲ୍ସିୟମ, ଫାଇବର୍, ପ୍ରୋଟିନ୍, ଫସ୍ଫରସ୍ ଓ ଆଇରନ୍ ଭଳି ତତ୍ତ୍ୱ ଏହି ପତ୍ରରେ ରହିଛି । ଏମିତି କି ବିଭିନ୍ନ ଆୟୁର୍ବେଦୀୟ ଔଷଧ ପାଇଁ ମଧ୍ୟ ଏହି ପତ୍ର ବ୍ୟବହାର କରାଯାଇଥାଏ। ବ୍ଲଡ୍ ପ୍ରେସର ନିୟନ୍ତ୍ରଣ କରିବା ସହିତ ଓଜନ କମାଇବା ପାଇଁ ଏହି ପତ୍ର ସାହାଯ୍ୟକାରୀ ହୋଇଥାଏ । ଭୃଷଙ୍ଗ ପତ୍ର ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ଲାଭୋନାଏଡର ଏକ ଉତ୍ତମ ଉତ୍ସ । ଏହା ଶରୀରରେ ବ୍ଲଡ୍ ସୁଗର ଲେବେଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟ୍ ଅବଶୋଷଣକୁ ପ୍ରତିରୋଧ କରିଥାଏ ।