ଭୁବନେଶ୍ୱର: ଆଜି ପୁଣି ଭୁବନେଶ୍ୱରରୁ ୨୪ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ଟି କ୍ୱାରେଣ୍ଟାଇନ କେସ ଓ ରହିଥିବା ବେଳେ ୪ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । କ୍ୱାରେଣ୍ଟାଇନ କେସ ମଧ୍ୟରେ ଏୟାରପୋର୍ଟ କଲୋନୀର ଜଣେ ୨୮ ବର୍ଷୀୟ ପୁରୁଷ ରହିଥିବା ବେଳେ ପୂର୍ବରୁ ସେ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି । ଆଉ ଗୋଟିଏ କେସ ଖଣ୍ଡଗିରିରୁ ଜଣେ ୩୭ ବର୍ଷୀୟ ପୁରୁଷ ବାହାରିଛନ୍ତି । ତାଙ୍କର ବି ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଥିବା ବେଳେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ସେ ଆସିଛନ୍ତି । ଆଉ ଦୁଇଟି କେସ ଶ୍ରୀକ୍ରିଷ୍ଣା ନଗରର ସାଲିଆ ସାହିରୁ ଜଣେ ୩୮ ବର୍ଷୀୟ ଓ ୪୦ ବର୍ଷୀୟ ପୁରୁଷ ସଂକ୍ରମିତ ଜଣାପଡିଛନ୍ତି । ଆଉ ଦୁଇ ଜଣ ଜଣେ ୪୨ ଓ ୧୮ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ସେ ରହିଥିବା ସହ ଟ୍ରାଭେଲ ହିଷ୍ଟ୍ରି ବିଶାଖାପାଟନମ୍ ରହିଛି ।