ନୂଆଦିଲ୍ଲୀ : ରାଷ୍ଟ୍ରୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ବଡ଼ ବଡ଼ କମ୍ପାନୀ ନିଲାମ ଡାକିଥିବା ସରକାର ବୁଧବାର ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଟାଟା ଗ୍ରୁପ୍ ରହିଛି । ଟାଟା ସନ୍ସର ପ୍ରବକ୍ତା ଏନେଇ କହିଛନ୍ତି ଯେ, କମ୍ପାନୀ ଏୟାରଲାଇନ୍ ପାଇଁ ନିଲାମ ଡାକିଛି । ନିବେଶ ଏବଂ କର୍ମଚାରୀ ପ୍ରବନ୍ଧନ ବିଭାଗର ସଚିବ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ଏୟାର ଇଣ୍ଡିଆରେ ବିନିବେଶ ପାଇଁ ଆର୍ଥିକ ବିଡ୍ ମିଳିଛି ।