ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ। ଆସନ୍ତା ୨୦ରୁ ୨୮ ପର୍ଯ୍ୟନ୍ତ ପିପିଲିରେ ବିଜେଡି ପକ୍ଷରୁ ପ୍ରଚାର କରାଯିବ। ଆଜି ବିଜେଡିର ଏକ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି ଯେ, ଆସନ୍ତା ୨୦ରୁ ୨୮ ତାରିଖ ଯାଏ ବିଜେଡି ପ୍ରଚାର କରିବ।