Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୩ ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ

୩ ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ

Photo News 1 week ago

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ଋତୁ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜିଠାରୁ ଏହାକୁ ପର୍ଯ୍ୟଟକଙ୍କ ନିମନ୍ତେ ପୁନର୍ବାର ଖୋଲାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେ' ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା।

ଏହି ତିନି ମାସ ବୌଦ୍ଧିକ ଓ ପ୍ରାକୃତିକ ଦୃଷ୍ଟିରୁ କୁମ୍ଭୀରଙ୍କ ପ୍ରଜନନ ସମୟ ହୋଇଥିବାରୁ ସେମାନେ ଅଣ୍ଡା ଦେଇ ସୁରକ୍ଷା ପାଇଁ ଅଧିକ ଆକ୍ରାମକ ଓ ହିଂସ୍ର ହୋଇଥାନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟାରେ ଯେପରି କୌଣସି ବ୍ୟାଘାତ ନଉପୁଜେ, ସେଥିପାଇଁ ଏହି ଅବଧି ମଧ୍ୟରେ ଅଭୟାରଣ୍ୟକୁ ସାଧାରଣ ପ୍ରବେଶ ବାରଣ କରାଯାଇଥାଏ। ୩ ମାସର ବ୍ୟବଧାନ ପରେ ପୁଣି ଥରେ ଉଦ୍ୟାନ ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News