Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୪୨ ଲକ୍ଷ ଆତ୍ମସାତ, ୨ ଯନ୍ତ୍ରୀ ଗିରଫ

୪୨ ଲକ୍ଷ ଆତ୍ମସାତ, ୨ ଯନ୍ତ୍ରୀ ଗିରଫ

Photo News 2 weeks ago

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ ମନରେଗାରେ ମିଥ୍ୟା ବିଲ୍ କରି ୪୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବ୍ଲକର ସହକାରୀ ଯନ୍ତ୍ରୀ(ଏଇ) ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ(ଜେଇ) ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଫୁଲବାଣୀ ଭିଜିଲାନ୍ସ ଟିମ୍ ଗିରଫ କରିଛି। ପୂର୍ବରୁ ଏହି ଦୁର୍ନୀତି ମାମଲାରେ ଧରାକୋଟ ପଞ୍ଚାୟତର ନିର୍ବାହୀ ଅଧିକାରୀ ସୁତନ୍ୟ ମହାକୁଡ଼ ଓ କୋଟଗଡ଼ ବ୍ଲକର ସହକାରୀ ଉନ୍ନୟନ ଅଧିକାରୀ କଂଶିରାମ ଦିଗାଲଙ୍କୁ କନ୍ଧମାଳ ଜିଲ୍ଲାପାଳ ନିଲମ୍ବିତ କରିଥିଲେ।

ଏହା ସହିତ ଏହି ଦୁର୍ନୀତିର ଅଧିକ ତଦନ୍ତ ପାଇଁ ମାମଲାକୁ ଜିଲ୍ଲା ପରିଷଦ ପକ୍ଷରୁ ଭିଜିଲାନ୍ସକୁ ଦାୟିତ୍ୱ ଦିଆଯାଇଥିଲା। ଏହି ମାମଲାର ତଦନ୍ତ କରି ଫୁଲବାଣୀ ଭିଜିଲାନ୍ସ ଟିମ୍ ଉଭୟ ଏଇ ଓ ଜେଇଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଫୁଲବାଣୀ ଭିଜିଲାନ୍ସ ଡିଏସ୍‌ପି ହେମନ୍ତ କୁମାର ମହାନ୍ତି। ୨୦୨୨-୨୩ ଓ ୨୦୨୪-୨୫ ଆର୍ôଥକ ବର୍ଷରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କରି ମିଳିମିଶି ୪୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଛନ୍ତି।ମାମଲାରେ ଯେଉଁମାନେ ସଂପୃକ୍ତ ଥିବା ଅଭିଯୋଗ ରହିଛି, ସମସ୍ତେ ତଦନ୍ତ ପରିସରରେ ରହିଛନ୍ତି। ଯାହାର ସମ୍ପୃକ୍ତି ନେଇ ପ୍ରମାଣ ମିଳିବ, ତାଙ୍କୁ ଗିରଫ କରାଯିବ ବୋଲି ଡିଏସ୍‌ପି ସୂଚନା ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News